ଗିରଫ ହେଲେ କନିଷ୍ଠ କିରାଣୀ ଦେବଜାନୀ କର

ଗିରଫ ହେଲେ କନିଷ୍ଠ କିରାଣୀ ଦେବଜାନୀ କର। ସୋମବାର ଲାଞ୍ଚ ନେଉଥିବା ସମୟରେ ରେଡ୍ ହ୍ୟାଣ୍ଡରେ ଧରିଥିଲା ଭିଜିଲାନ୍ସ। ଖଣ୍ଡଗିରି ସବରେଜିଷ୍ଟ୍ରାର ଅଫିସର କନିଷ୍ଠ କିରାଣୀ ଦେବଜାନୀ କର ଲାଞ୍ଚ ନେଉଥିବା ସମୟରେ ମାଡିବସିଥିଲା ଭିଜିଲାନ୍ସ।ତଲାସି ବେଳେ ନଗଦ ୧୫ ଲକ୍ଷ ନଗଦ ଟଙ୍କା ଭିଜିଲାନ୍ସ ଜବତ କରିଥିଲା ।ଭିଜିଲାନ୍ସ ସୂଚନା ଅନୁସାରେ, ଖଣ୍ଡଗିରି ସବରେଜିଷ୍ଟ୍ରାର ଅଫିସର କନିଷ୍ଠ କିରାଣୀ ଦେବଜାନୀ କର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସବପ୍ଲଟ ରେଜିଷ୍ଟ୍ରି ସେଲ ଡିଡ୍‌ କରିବାକୁ ୨୦ ହଜାର ଟଙ୍କା ଦାବି କରିଥିଲେ ଦେବଜାନୀ। ଏ ସମ୍ପର୍କରେ ଅଭିଯୋଗକାରୀ ଭିଜିଲାନ୍ସରେ ଜଣାଇଥିଲେ। ସୋମବାର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ଚଢାଉ କରି ତାଙ୍କ ନିକଟରୁ ଟଙ୍କା ଜବତ କରିଥିଲେ। ପରେ ତାଙ୍କ ଓଲଡ୍ ଟାଉନସ୍ଥିତ ବାସଭବନ ଓ ଅଫିସରେ ଏକକାଳୀନ ସର୍ଚ୍ଚ ହୋଇଥିଲା ।

ଅଧିକ ପଢନ୍ତୁ

Odisha Darpan Digital