ଗିରଫ ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ

ବାଲେଶ୍ଵର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଏନ.ଭି ହରିହର ରାଓଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ରହିଛି। ସୂଚନା ଅନୁସାରେ ଶୁକ୍ରବାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏନ.ଭି. ହରିହର ରାଓଙ୍କ କାର୍ଯ୍ୟାଳୟ, ସରକାରୀ ବାସଭବନ, ବ୍ରହ୍ମପୁର, ଭୁବନେଶ୍ୱର, ଫୁଲବାଣୀ ଓ କେନ୍ଦୁଝର ଜିଲାର ୧୧ଟି ସ୍ଥାନରେ ଚଢାଉ କରାଯାଇଥିଲା। ଏଥିରେ ୪୬.୪୫ଲକ୍ଷ ଟଙ୍କା ନଗଦ ସହ ୧କୋଟି ୧୧ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ତଥା ଅମାପ ସମ୍ପତ୍ତି ଠାବ କରାଯାଇଛି।ଏହି ଚଢ଼ଉରେ ୧୧ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଓ ୧୧ ଜଣ ଏଏସଆଇ ସାମିଲ୍ ହୋଇଥିଲେ।

ଅଧିକ ପଢନ୍ତୁ

Odisha Darpan Digital