ଗିରଫ ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ । ଘରୁ ବାହାରିଲା ୧୫ କୋଟିରୁ ଅଧିକ ଟଙ୍କା, ୭ ଦାମୀ ପ୍ଲଟ୍, ୨ ଫ୍ଲାଟ୍ ସହିତ ୧୨ଶହ ଗ୍ରାମ୍ ସୁନା ।ଦେଢ କୋଟିର ବ୍ୟାଙ୍କ ଡିପୋଜିଟ୍, ୧ କେଜିରୁ ଅଧିକ ସୁନାଗହଣା ଜବତ ହୋଇଛି । ଏହାସହ ମ୍ୟୁଚୁଆଲ୍ ଫଣ୍ଡରେ ୨.୭ କୋଟି ଇନଭେଷ୍ଟ ଓ ୧୫ଟି ଦାମୀ ହାତ ଘଣ୍ଟା ମଧ୍ୟ ମିଳିଛି । ବୈକୁଣ୍ଠ ୧୯୯୧ ସେପ୍ଟେମ୍ବର ୩୦ରେ ପଞ୍ଚାୟତିରାଜ ବିଭାଗରେ ଷ୍ଟାଇପେଣ୍ଡାରି ଇଞ୍ଜିନିୟର ଭାବେ ସରକାରୀ ଚାକିରି ଆରମ୍ଭ କରିଥିଲେ। ସେତେବେଳେ ତାଙ୍କ ମାସିକ ଦରମା ଥିଲା ୨ହଜାର ଟଙ୍କା। ପରେ ସେ ବିଭିନ୍ନ ପଦବୀକୁ ପଦୋନ୍ନତି ପାଇଥିଲେ। ୨୦୨୩ ଜାନୁଆରୀରେ ବୈକୁଣ୍ଠ ଅତିରିକ୍ତ ମୁଖ୍ୟଯନ୍ତ୍ରୀକୁ ପଦୋନ୍ନତି ପାଇଥିବା ବେଳେ ୨୦୨୫ ଜାନୁଆରୀରୁ ସେ ମୁଖ୍ୟଯନ୍ତ୍ରୀ ଭାବେ କାମ କରୁଥିଲେ। ମେ ୩୧ ଶନିବାର ସେ ଅବସର ଗ୍ରହଣ କରିଥାନ୍ତେ। ହେଲେ ଏହା ପୂର୍ବରୁ ବୈକୁଣ୍ଠ ଭିଜିଲାନ୍ସ ଜାଲରେ ଫସିଗଲେ।
