ଗିରଫ ହେଲେ ପୂର୍ତ୍ତ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ପୂର୍ତ୍ତ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର । ଯନ୍ତ୍ରୀଙ୍କର ୧୦ଟି ଫ୍ଲାଟ୍‌, ୭ଟି ପ୍ଲଟ୍‌, ଅଢେଇ କେଜି ସୁନା, ୩୭୦ ଗ୍ରାମ ହୀରା, ୨.୭୦ କୋଟିର ବ୍ୟାଙ୍କ ଜମା ଠାବ ହୋଇଥିଲା ।

ପୂର୍ବତନ ମୁଖ୍ୟଯନ୍ତ୍ରୀଙ୍କର ଭୁବନେଶ୍ବର, ଝାରସୁଗୁଡ଼ା, ଆଠଗଡ଼ ଘରେ ଏକକାଳୀନ ଚଢ଼ାଉ ହୋଇଥିଲା । ତାରାବାବୁଙ୍କ ସଂପତ୍ତି ବାଡ଼ି, ବଙ୍ଗଳାଗାଡ଼ି ଭିଜିଲାନ୍ସ ଅଧିକାରୀଙ୍କୁ ଟେରା କରିଦେଇଥିଲା । ଘରୁ ମିଳିଥିଲା ୬ ଲକ୍ଷ ଟଙ୍କାର ନଗଦ କ୍ୟାସ । ବିଡ଼ା ବିଡା ଟଙ୍କା କେଉଁଠୁ ଗଣିବ ଜାଣିପାରିଲାନି ଭିଜିଲାନ୍ସ । ଏହା ଭିତରେ ରହିଥିଲା ଅଚଳ ୨ ହଜାର ଟଙ୍କିଆ ବିଡ଼ା ଆଉ ବିଦେଶୀ ନୋଟ୍‌ । ଭୁବନେଶ୍ବର ଓ ଝାରସୁଗୁଡାରେ ଠାବ ହୋଇଥିଲା ୧୦ଟି ଦାମୀ ଫ୍ଲାଟ ସାଙ୍ଗକୁ ୭ଟି ପ୍ଲଟ । ବିଭିନ୍ନ ଇନସୁରାନ୍ସରେ ଡିପୋଜିଟ ରହିଛି ୨.୭ କୋଟି ଟଙ୍କା । ସୁନା ଦେଢ଼ କେଜି, ରୋଲେକ୍ସ ରିଷ୍ଟ ୱାଚ ୧୩ ଲକ୍ଷ ଟଙ୍କାର, ତା ସାଙ୍ଗକୁ ରୁପାର ବାସନକୁସନ ବି ମିଳିଥିଲା ବୋଲି ସୂଚନା ରହିଛି ।ସୂଚନା ଅନୁସାରେ ପୂବର୍ତ୍ତ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି ଭିଜିଲାନ୍ସ ତାଙ୍କ ନାଁରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର, କଟକ, ଝାରସୁଗୁଡାର ୯ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ ।

ଅଧିକ ପଢନ୍ତୁ

Odisha Darpan Digital