ସମ୍ବଲପୁର- ହୀରାକୁଦ ଜଳଭଣ୍ଡାର ନିଷିଦ୍ଧାଞ୍ଚଳରେ ଡ୍ରୋନ୍ ଉଡାଇବା ଘାଟଣା । ଜଣେ ଓୟୁଏଟି ତୃତୀୟ ବର୍ଷର ଛାତ୍ର ଏସବୁ କରିଥିବା ଜଣା ପଡିଛି । ଗୋଟିଏ ଆଇଫୋନ ଓ ଡ୍ରୋନ୍ ଜବତ କରିଛି ହୀରାକୁଦ ପୋଲିସ । ଆଜି ଏହି ଛାତ୍ରକୁ ଥାନକୁ ଡକାଇ ତଦନ୍ତ କରିବ ପୁଲିସ । ହେଲେ ସେ ମନ୍ଦ ଉଦ୍ଦେଶ୍ୟ ରଖି ଭିଡିଓ କରିନଥିବା ନେଇ ଛାତ୍ର କହିଛି। ସୂଚନା ଅନୁସାରେ ହୀରାକୁଦ ଗେଟ ଖୋଲିବା ଦିନ ହୀରାକୁଦ ନିଷିଦ୍ଧାଂଚଳରେ ଡ୍ରୋନ ଉଡାଇଥିଲେ । ସେଠାର ଭିଜୁଆଲ କ୍ୟାପଚର କରି ଇନଷ୍ଟାଗ୍ରାମରେ ଉକ୍ତ ଭିଡିଓ ଅପଲୋଡ କରିଥିଲେ।
ଏନେଇ ଡ୍ୟାମ କର୍ତ୍ତୃପକ୍ଷ ହୀରାକୁଦ ଥାନାରେ ଏତଲା ଦେଇଥିଲେ । ଶେଷରେ ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ପରେ ତାଙ୍କର ଡ୍ରୋନ ଓ କ୍ୟାମେରା ମଧ୍ୟ ଜବତ କରାଯାଇଛି। ଯେତେବେଳେ ନିଷିଦ୍ଧାଂଚଳ ବୋଲି ଗଣମାଧ୍ୟମକୁ ୪ ବର୍ଷ ହେବ ସ୍ପିଲ ୱେ ଅଂଚଳକୁ ବାରଣ ରହିଛି ସେହି ସମୟରେ ନିଷିଦ୍ଧାଞ୍ଚଳରେ ଡ୍ରୋନ ଉଡାଇଛନ୍ତି ବ୍ଲଗର୍ । ଯାହାକୁ ନେଇ ହୀରାକୁଦ ଡ୍ୟାମ୍ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।