ଏବେ ଗୁଗଲ୍ କ୍ରୋମ୍ ‘ଭର୍ଟିକାଲ୍ ଟ୍ୟାବ୍’ (Vertical Tabs) ଫିଚର୍ ଆସିଯାଇଛି। ଏବେ ନିଜ ବ୍ରାଉଜର୍ରେ ଖୋଲାଥିବା ସମସ୍ତ ଟ୍ୟାବ୍କୁ ସ୍କ୍ରିନ୍ର ଉପର ଭାଗ ବଦଳରେ ବାମ ପାର୍ଶ୍ୱରେ ଥିବା ଏକ ‘ସାଇଡ୍ ବାର୍’ (Sidebar) ରେ ରଖିପାରିବେ।ସାଧାରଣତଃ ବ୍ରାଉଜରର ଉପର ଭାଗରେ ଏକାଧିକ ଟ୍ୟାବ୍ ଖୋଲିଲେ ତାହା ବହୁତ ସଂକୀର୍ଣ୍ଣ ହୋଇଯାଏ ଏବଂ କେଉଁ ପେଜ୍ କେଉଁଠି ଅଛି ତାହା ଜାଣିବା କଷ୍ଟକର ହୋଇପଡ଼େ। କିନ୍ତୁ ଭର୍ଟିକାଲ୍ ଟ୍ୟାବ୍ ସାହାଯ୍ୟରେ ସେଗୁଡ଼ିକ ଏକ ସାଇଡ୍ ବାର୍ରେ ଲମ୍ବାଲମ୍ବି ଲାଇନ୍ ହୋଇ ରହିବ, ଯାହା ଫଳରେ ସମ୍ପୂର୍ଣ୍ଣ ପେଜ୍ର ଟାଇଟଲ୍ (Title) ସ୍ପଷ୍ଟ ଭାବେ ଦେଖାଯିବ।ସୂଚନାଯୋଗ୍ୟ ଯେ, ମାଇକ୍ରୋସଫ୍ଟ ଏଜ୍ (Microsoft Edge) ଏହି ଫିଚରକୁ ୨୦୨୧ ରେ ଏବଂ ଫାୟାରଫକ୍ସ (Firefox) ଗତ ବର୍ଷ ଆଣିଥିଲା। ବ୍ରେଭ୍ ଏବଂ ଭିଭାଲ୍ଡି ଭଳି ବ୍ରାଉଜର୍ରେ ମଧ୍ୟ ଏହି ସୁବିଧା ରହିଛି। ପୂର୍ବରୁ କ୍ରୋମ୍ ୟୁଜର୍ସ ଏହାକୁ ବ୍ୟବହାର କରିବା ପାଇଁ ଥାର୍ଡ-ପାର୍ଟି ଏକ୍ସଟେନସନ୍ ବା ଅନ୍ୟ ଉପାୟ ଆପଣାଉଥିଲେ, କିନ୍ତୁ ଏବେ ଏହା ସିଧାସଳଖ ଉପଲବ୍ଧ ହୋଇଛି।
