ଗୁଜରାଟରେ ହତ୍ୟା କରି ବ୍ରହ୍ମପୁରରେ ଲୁଚିଥିବା ଅଭିଯୁକ୍ତକୁ ଗିରଫ କଲା ଗୁଜରାଟ ପାଣ୍ଡେଶର ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଶେରଗଡ଼ ଥାନା ଶୁଗୁଳିଆପଲ୍ଲୀ ଗାଁର ଡି.କେଶବ ପାତ୍ର । ସୂଚନା ଅନୁଯାୟୀ, ଗୁଜରାଟ ପାଣ୍ଡେଶରା ଥାନା ଅଞ୍ଚଳର ଅରବିନ୍ଦ ଯାଦବଙ୍କୁ ୨୦୨୨ ଜୁଲାଇ ୯ ତାରିଖରେ ଛୁରୀ ଭୁସି ହତ୍ୟା କରାଯାଇଥିଲା। ଗୁରୁତର ଅବସ୍ଥାରେ ଅରବିନ୍ଦଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇ ଥିବାବେଳେ ତା’ ପରଦିନ ଅରବିନ୍ଦଙ୍କ ମୃତ୍ୟୁ ଘଟିଥିଲା।ତେବେ ଅଭିଯୋଗ ଆଧାରରେ ଗୁଜରାଟ ପୋଲିସ ତଦନ୍ତ ଜାରି ରଖିଥିଲା। ଆଉ ଶେଷରେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିବା ଡି.କେଶବକୁ ବ୍ରହ୍ମପୁର ବଡ଼ ବଜାର ପୋଲିସ ସହଯୋଗରେ ଗିରଫ କରିଛି ଗୁଜରାଟ ପୋଲିସ। ଆଜି ବ୍ରହ୍ମପୁର ଏସଡିଜେଏମଙ୍କ କୋର୍ଟରେ କେଶବକୁ ହାଜର କରି ଗୁଜରାଟ ନେଇଛି ପୋଲିସ ।