ଗୁଜରାଟୀ ସ୍ତ୍ରୀ ଓ ପୁଅକୁ ଛାଡି ଫେରାର ହୋଇଗଲା ଓଡ଼ିଆ ସ୍ବାମୀ ।

ପତ୍ନୀଙ୍କୁ ଚୂନ ଲଗାଇ କୋଟି କୋଟି ଟଙ୍କା ଠକି ନେଲେ। ଆଉ ଫେରିଲେ ନାହିଁ। ତେଣୁ ସ୍ୱାମୀଙ୍କୁ ଖୋଜି ଖୋଜି ଆସି ଭଦ୍ରକରେ ପହଞ୍ଚିଛି ଗୁଜରାଟୀ ମହିଳା। ସ୍ବାମୀ ନାଁରେ ଭଦ୍ରକ ବନ୍ତ ଥାନାରେ ଅଭିଯୋଗ କରିଛନ୍ତି ସ୍ତ୍ରୀ । ଭଦ୍ରକ ବନ୍ତ ଥାନା ନରସିଂହପୁର ଅଞ୍ଚଳର ମନୋଜ ନାୟକଙ୍କୁ ପ୍ରେମ ବିବାହ କରିଥିଲେ ହୀରଲ । ଉଭୟ ଏକ ଆଇଟି କଂପାନୀରେ କାମ କରୁଥିବାବେଳେ ପ୍ରେମ ପରେ ବିବାହ କରିଥିଲେ ।ହୀରଲଙ୍କର ଏକ rankway pvt ltd ନାମରେ ଆଇଟି କଂପାନୀ ଥିଲା । ମନୋଜ କଂପାନୀକୁ ବ୍ୟାଙ୍କରେ ବନ୍ଧା ପକାଇ ଲୋନ୍‌ ଆଣିଥିଲେ । କଂପାନୀ ଏବେ ବନ୍ଦ ହୋଇଗଲାଣି । ତେବେ ସେ ରହୁଥିବା ଘରକୁ ମଧ୍ୟ ବନ୍ଧା ରଖି ଟଙ୍କା ଆଣିଥିଲେ ମନୋଜ । ବ୍ୟାଙ୍କ ଏବେ ଘର ନିଲାମ କରିବାକୁ ବସିଲାଣି । ବନ୍ତ ପୁଲିସ୍‌ର ତଦନ୍ତ ପ୍ରକ୍ରିୟାରେ ଅସନ୍ତୋଷ ପ୍ରକାଶ କରି ହୀରାଲବେନ ଭଦ୍ରକ ଏସ୍‌ପିଙ୍କ ପାଖରେ ପହଞ୍ଚିଥିଲେ। ନ୍ୟାୟ ପାଇଁ ଗୁହାରୀ କରିଥିଲେ। ହେଲେ ସେଠାରୁ ମଧ୍ୟ ନିରାଶ ହୋଇଥିଲେ। ପରବର୍ତ୍ତୀ ସମୟରେ ହୀରାଲବେନ ଡିଜିପିଙ୍କ ପାଖରେ ଅଭିଯୋଗ କରିଥିଲେ। ଡିଜିପି ମାମଲାର ଗୁରୁତ୍ୱର ସହ ନେଇ ଘଟଣାର ତଦନ୍ତ ପାଇଁ ଭଦ୍ରକ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମଙ୍ଗଳବାର ହୀରାଲବେନ ଚତୁର୍ଥ ଥର ପାଇଁ ଏସ୍‌ପିଙ୍କୁ ଭେଟି ନିଜର ଦୁଃଖ ଜଣାଇଛନ୍ତି। ଆଗକୁ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବୋଲି କହିଛନ୍ତି ହୀରାଲବେନ।

ହୀରାଲବେନ କହିଛନ୍ତି, ପୁଲିସ ଜାଣିଶୁଣି ମନୋଜ ଓ ତାଙ୍କ ଘର ଲୋକଙ୍କୁ ଗିରଫ କରୁନାହିଁ। ଯେଉଁ ଲୋକ ନିଜ ସ୍ତ୍ରୀ ଓ ସନ୍ତାନକୁ ଠକିଛି, ସେ ଲୋକକୁ ଦଣ୍ଡ ମିଳିବା ଦରକାର। ଯାହା ପୁଲିସ କରୁନାହିଁ ବୋଲି ହୀରାଲବେନ କହିଛନ୍ତି।

ଅଧିକ ପଢନ୍ତୁ