ଗୁଜରାଟ ପୋଲ ଦୁର୍ଘଟଣା;୪ ଅଧିକାରୀଙ୍କ ଉପରେ ଆକ୍ସନ

ଗୁଜରାଟର ଭଦୋଦରା ଜିଲ୍ଲାରେ ମହିସାଗର ନଦୀ ଉପରେ ଥିବା ଗମ୍ଭୀରା ପୋଲ ଭୁଶୁଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି । ବୁଧବାର ରାତିରେ ଆଉ ଦୁଇଟି ମୃତଦେହ ଉଦ୍ଧାର ହୋଇଛି । ଏହି ଦୁର୍ଘଟଣାରେ ଦୁଇଟି ଟ୍ରକ, ଦୁଇଟି ପିକଅପ ଭ୍ୟାନ ଓ ଏକ ଅଟୋରିକ୍ସା ନଦୀକୁ ଖସି ପଡ଼ିଥିଲା । ଏନଡିଆରଏଫ୍ ଓ ଏସଡିଆରଏଫ୍ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି । ପୋଲ ଭୁଶୁଡ଼ିବାର କାରଣ ଅନୁସନ୍ଧାନ ପାଇଁ ଏକ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି ।ସେତୁ ଭୁଶୁଡ଼ିବା ପରେ, ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ୩ ବର୍ଷ ପୁରୁଣା ଅଡିଓ କ୍ଲିପ୍ ଭାଇରାଲ ହେଉଛି । ଯେଉଁଥିରେ ଯୁବ ସେନା ସଂଗଠନ ଚଳାଉଥିବା ସାମାଜିକ କର୍ମୀ ଲଖନ ଦରବାରଙ୍କୁ ସଡ଼କ ଓ ନିର୍ମାଣ ବିଭାଗର ଜଣେ ଅଧିକାରୀଙ୍କୁ ସେତୁ ମରାମତି କିମ୍ବା ନୂତନ ନିର୍ମାଣ କରିବାକୁ ଅନୁରୋଧ କରୁଥିବାର ଶୁଣିବାକୁ ମିଳୁଛି । ଦୁର୍ଘଟଣାରେ ୪ ଅଧିକାରୀଙ୍କ ଉପରେ ରାଜ୍ୟ ସରକାର ଆକନ୍ସ ନେଇଛନ୍ତି । ଜଣେ ଏକଜିକ୍ୟୁଟିଭି୍ ଇଞ୍ଜିନିୟର, ଦୁଇଜଣ ଡେପୁଟି ଓ ଜଣେ ସହକାରୀ ଇଞ୍ଜିନିୟରଙ୍କୁ ନିଲମ୍ବନ କରାଯାଇଛି । ଏମାନେ ସମସ୍ତେ ସଡ଼କ ଓ ନିର୍ମାଣ ବିଭାଗରେ କାର୍ଯ୍ୟରତ ଥିଲେ ।ତେବେ ପୋଲଟି ୪୫ ବର୍ଷ ପୁରୁଣା ଥିଲା । ରକ୍ଷଣାବେକ୍ଷଣ ଅଭାବରୁ ବ୍ରିଜ ଭୁଶୁଡିଥିବା ଅନୁମାନ କରାଯାଉଛି ।

ଅଧିକ ପଢନ୍ତୁ

Odisha Darpan Digital