ପାରାଦୀପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। IFFCO ପରିସରରେ ଏକ ସଲଫ୍ୟୁରିକ ଏସିଡ ପ୍ଲାଣ୍ଟ ଉଦଘାଟନ କରିଛନ୍ତି। ଏଥି ସହ ଉପସ୍ଥିତ ଜନତାଙ୍କୁ ମଧ୍ୟ ସମ୍ବୋଧିତ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମବାୟ ମନ୍ତ୍ରୀ, ଶିଳ୍ପମନ୍ତ୍ରୀ, ଜଗତସିଂହପୁର ସାଂସଦ ପ୍ରମୁଖ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ।ଏହି ଅବସରରେ ସମ୍ବୋଧନ ଦେଇ ଅମିତ ଶାହ କହିଛନ୍ତି, ଆପଣମାନଙ୍କ ଆଶୀର୍ବାଦରେ ବିଜେପି ଓଡ଼ିଶାରେ ଶାସନ କରୁଛି । ବିଜେପି ସରକାର ସଠିକ୍ ଦିଗରେ ଓଡ଼ିଶାକୁ ଆଗେଇ ନେଉଛି । ଗୁଜରାଟ ଭଳି ଓଡ଼ିଶାର ମଧ୍ୟ ବିକାଶ ହେବ ।୩୬ ଲକ୍ଷ ଗ୍ରାମୀଣ ମହିଳା ଅମୁଲକୁ ଆନ୍ଦୋଳନରେ ପରିଣତ କରିଛନ୍ତି । ଓଡିଶାରେ ବି ଗ୍ରାମୀଣ ଜନଜୀବନକୁ ସମୃଦ୍ଧ କରାଯିବ । ବିକଶିତ ରାଜ୍ୟ ମଧ୍ୟରେ ଓଡିଶା ବି ସ୍ଥାନ ପାଇବ । ଏହାର ବିକାଶ ପାଇଁ ଅତୀତରେ କେହି ଉଦ୍ୟମ କରିନଥିଲେ । ଦେଶ ପାଇଁ ଗୌରବର କଥା ଯେ ଇଫକୋ ସର୍ବବୃହତ ସମବାୟ ସଂସ୍ଥା । ଇଫକୋର ମାଲିକ ହେଉଛନ୍ତି ୫ କୋଟି କୃଷକ ।କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ କହିଛନ୍ତି, ଓଡ଼ିଶାର ଜନତାଙ୍କୁ ପ୍ରତିଶ୍ରୁତି ଦେଉଛି କୋଅପରେଟିଭ ମାଧ୍ୟମରେ ଗ୍ରାମୀଣ ଜନଜୀବନ, ମା’ ଓ ଭଉଣୀଙ୍କୁ ଆତ୍ମନିର୍ଭରଶୀଳ କରାଯିବ। ଆଗାମୀ ଦିନରେ ଭାରତ ଓ ଓଡ଼ିଶା ସରକାର ମିଶି ବିକାଶ କରିବେ । ଇଫକୋ ପାରାଦୀପ ୟୁନିଟ ପରିସରରେ ସଲଫ୍ୟୁରିକ ପ୍ଲାଣ୍ଟ-୩ ଉଦଘାଟନ ହୋଇଛି । ଏହି ଦେଶରେ ପୂର୍ବୋଦୟ କ୍ଷେତ୍ରରେ ଆତ୍ମନିର୍ଭରତା ପାଇଁ ଆଗକୁ ବଢ଼ିଲା । ଏହା ଭାରତର ନିର୍ଭରତାକୁ କମାଇବ । ଏହା ଆଜି ୨୨ ଲକ୍ଷ ମେଟ୍ରିକ ଟନ ଉତ୍ପାଦନ ପର୍ଯ୍ୟନ୍ତ ପହଞ୍ଚିଛି । ଇଫକୋ ସଲଫ୍ୟୁରିକ ଏସିଡ ଉତ୍ପାଦନରେ ଦେଶର ଆତ୍ମନିର୍ଭରର କାମ କରୁ । ଇଫକୋ ଏବେ ଦେଶରେ ଏକ ନମ୍ବର ହୋଇପାରିଛି । ଏହାଦ୍ୱାରା ୩୬ ହଜାର କର୍ପୋରେଟିଭ ୟୁନିଟରେ ୫ କୋଟି କୃଷକ ସାମିଲ ହୋଇଛନ୍ତି । ଯାହାକି ୪୧ ହାଜର କୋଟି ଟର୍ନ ଓଭର ହେଉଛି ।
