ଗୁରୁତର ସୁଶାନ୍ତଙ୍କୁ ଭେଟିଛନ୍ତି ବିରୋଧି ଦଳର ନେତା ନବୀନ ପଟ୍ଟନାୟକ ।

ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଅସୁସ୍ଥ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି। ଶ୍ବାସକ୍ରିୟା ଜନିତ ସମସ୍ୟାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ବରଗଡ଼ରୁ ଭୁବନେଶ୍ବର ଅଣାଯାଇଛି। ବିଜେଡିର ଅନ୍ୟ ବରିଷ୍ଠ ନେତା ମଧ୍ୟ ଗୁରୁତର ସୁଶାନ୍ତଙ୍କୁ ଭେଟିଛନ୍ତି ।

ସୂଚନା ଥାଉକି, ପୂର୍ବତନ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ଅବସ୍ଥା ଗୁରୁତର ହୋଇଛି । ଏହି ଅବସରରେ ସୁଶାନ୍ତ ସିଂଙ୍କୁ ଭେଟିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆଜି ଏକ ଘରୋଇ ହସ୍ପିଟାଲ ଯାଇ ସ୍ଵାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି ନବୀନ । କେବଳ ସେତିକି ନୁହେଁ, ସୁଶାନ୍ତଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ସହ ବି ଆଲୋଚନା କରିଛନ୍ତି ନବୀନ । ଗତ କିଛିଦିନ ହେବ ସୁଶାନ୍ତ ସିଂ ଅସୁସ୍ଥ ରହିଛନ୍ତି । ତେବେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଆହୁରି ବିଗିଡ଼ି ଯିବାରୁ ସେ ଆପୋଲୋରେ ଭର୍ତ୍ତି ହୋଇଛନ୍ତି। ଫୁସଫୁସ ଜନିତ ଶ୍ଵାସକ୍ରିୟା ସମସ୍ୟାରେ ସେ ପୀଡ଼ିତ ଥିବା ପ୍ରାଥମିକ ଭାବେ ଜଣା ପଡ଼ିଛି। ନବୀନ୍ ସୁଶାନ୍ତଙ୍କୁ ଭେଟିବା ସମୟରେ ଭୁବନେଶ୍ବର ମେୟର ସୁଲୋଚନା ଦାସ, ବରିଷ୍ଠ ବିଜେଡ଼ି ନେତା ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଜେନା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ,ସ୍ନେହଙ୍ଗିନୀ ଛୁରିଆ ଓ ଅନଙ୍ଗ ଉଦୟ ସିଂହଦେହ ପ୍ରମୂଖ ହସ୍ପିଟାଲରେ ଉପସ୍ଥିତ ଥିଲେ ।

ଅଧିକ ପଢନ୍ତୁ