
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ରୋଟାରୀ କ୍ଳବ ଏକ୍ସିଲେନ୍ସିର ଆନୁକୂଲ୍ୟରେ ଗୃହ ମାନଙ୍କରେ କାର୍ଯ୍ୟରତ ଗୃହ ସହାୟିକା ମାନଙ୍କୁ ପୁରୁଣା ସହର କରଣସାହି ରୋଟାରୀ ଭଵନ ଠାରେ ଆଜି ଅପରାହ୍ନରେ କମ୍ବଳ ବଣ୍ଟନ କରାଯାଇଛି। ସଭାପତି ପ୍ରମୋଦ ପଟ୍ଟନାୟକ ଓ ସମ୍ପାଦକ ସଂଗ୍ରାମ କେଶରୀ ଗୁମାନ ସିଂଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓକିଲ ସଙ୍ଘ ସଭାପତି ରଣଜିତ ଦାଶଙ୍କ ଉପସ୍ଥିତିରେ ୨୦ଜଣ ଗୃହରେ କାର୍ଯ୍ୟରତ ଗୃହ ସହାୟିକା ସାମିଲ ହୋଇ କମ୍ବଳ ଗ୍ରହଣ କରିଥିଲେ।ରୋଟାରୀଆନ ଲକ୍ଷ୍ମୀଧର ମହାପାତ୍ର, ବାସୁଦେବ ମିଶ୍ର, ପୁର୍ଣଚନ୍ଦ୍ର ଶାନ୍ତ ଓ କୋଷାଧକ୍ଷ ଶେଖ ମସଝୁଦ ହୁସେନ ଏବଂ ଶିବାଶିଷ ମହାନ୍ତି ଉପସ୍ଥିତ ଥିଲେ।
