ରାଜଧାନୀରୁ ଗିରଫ ହାଇ ପ୍ରୋଫାଇଲ ଠକ ଦମ୍ପତିଙ୍କ ଗୁମର ଖୋଲୁଛି କମିଶନରେଟ ପୋଲିସ । କେମିତି ଦୁଇ ବର୍ଷରେ ଶହେ କୋଟି ଟଙ୍କାର ସମ୍ପତ୍ତି ତିଆରି କଲେ ତାର ଖିଅ ଖୋଜୁଛି ତଦନ୍ତକାରୀ ଟିମ । ତେବେ ଜନ୍ମଦିନ ପାର୍ଟିରେ ରଷିୟାନ ଯୁବତୀ ଆଣି ଅତିଥିଙ୍କୁ ଗିଫ୍ଟ କରୁଥିଲେ ଅନିଲ ମହାନ୍ତି । ଯାହାର ସୁରାକ ପାଇବା ପରେ କ୍ଲବ୍ରେ ରେଡ୍ କରିଛି ତଦନ୍ତକାରୀ ଟିମ୍ ।ସୂଚନା ଅନୁସାରେ, ପ୍ରତିବର୍ଷ ଡିସେମ୍ବର ୨୪ରେ ଜନ୍ମ ଦିନ ପାଳନ କରୁଥିଲେ ଅନିଲ । ଗତ ୩ ବର୍ଷ ଧରି ରଷିଆନ ଯୁବତୀ ଆଣି ଜନ୍ମ ଦିନ ପାଳନ କରିଥିଲେ ଅନିଲ ।
ଇନଫୋସିଟି ଥାନା ଅଞ୍ଚଳରେ ଥିବା ଏକ କ୍ଳବ୍ରେ ଅନିଲ ଜନ୍ମ ଦିନ ପାଳନ କରିଥିଲେ । ସାଙ୍ଗରେ ସାଥ୍ ଦେଉଥିଲେ ହଂସିତା । ନିଜକୁ ହାଇପ୍ରୋଫାଇଲ ଢାଞ୍ଚାରେ ଦେଖେଇ ହଉଥିଲେ ହଂସିତା ଅଭିଲିପ୍ସା ।୨୦୨୨ରୁ ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କ ଝିଅ ବୋଲି ପରିଚୟ ଦେଇ ଆସୁଥିଲେ ହଂସିତା । ସେଥିପାଇଁ ନିଜକୁ ପ୍ରତିଷ୍ଠିତ ହେବାର ସର୍ବ ସାଧାରଣରେ ଦେଖେଇ ହେଉଥିଲେ । ଏହାସହିତ ତାଙ୍କ କର୍ମଚାରୀଙ୍କ ହାତରେ ନିଜର ଫଟୋ ସହ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଫଟୋ ଏଡିଟ୍ କରି ଗୋଟିଏ ଫଟୋ କରିବା ପାଇଁ କହିଥିଲେ। ଏ କଥା ହଂସିତାଙ୍କର ପୂର୍ବତନ କର୍ମଚାରୀ ଜଣକ କହିଛନ୍ତି ।