ଗୋଆ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ ସମସ୍ତ କ୍ଲବ, ବାର ଓ ଡ୍ୟାନ୍ସ ପବ୍ ରେ ହେବ ଚେକିଂ

ସମସ୍ତ କ୍ଲବ୍‌, ପବ୍‌ରେ ଫାୟାର ସେଫ୍ଟି ସିକ୍ୟୁରିଟି ଯାଞ୍ଚ କରିବାକୁ ନିର୍ଦ୍ଦେଶ। ରାଜଧାନୀ ସମେତ ରାଜ୍ୟର ସମସ୍ତ କ୍ଲବ୍‌, ପବ୍‌ରେ ଯାଞ୍ଚ ନିର୍ଦ୍ଦେଶ । ଫାୟାର ସେଫ୍ଟି ସୁରକ୍ଷା ଯାଞ୍ଚ କରିବାକୁ ଅଗ୍ନିଶମ ଡିଜିଙ୍କ ନିର୍ଦ୍ଦେଶ ।୧୦ ଦିନ ଭିତରେ ଯାଞ୍ଚ ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ୧୦୦ ଗ୍ରାହକଙ୍କ ଠାରୁ ଅଧିକ କାପାସିଟି ଥିବା ରେଷ୍ଟୁରାଣ୍ଟରେ ହେବ କଡା ଚେକିଂ। ଅଗ୍ନି ନିରାପତ୍ତା ସାର୍ଟିଫିକେଟ ସହ ସୁରକ୍ଷା ବ୍ୟବସ୍ଥାର ହେବ ଯାଞ୍ଚ। ବିଲ୍ଡିଂ ଆପ୍ରୁଭାଲ ସହ ନିରାପତ୍ତା ସାର୍ଟିଫିକେଟ ନବୀକରଣ ନେଇ ଯାଞ୍ଚ କରିବ ଅଗ୍ନିଶମ ବିଭାଗ। ସୂଚନାମୁତାବକ ଗୋଆର ଆରପୋରାରେ ଏକ ନାଇଟ୍ କ୍ଲବରେ ଘଟିଥିବା ଏକ ବିସ୍ଫୋରଣରେ ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଆହତମାନେ ଚିକିତ୍ସାଧୀନ ଅଛନ୍ତି ଏବଂ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ କରିବା ପାଇଁ ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାର ତଦନ୍ତ କରୁଛନ୍ତି। ଏହି ଘଟଣା ନାଇଟ୍ ଲାଇଫ୍ ଏବଂ ପର୍ଯ୍ୟଟନସ୍ଥଳଗୁଡ଼ିକର ସୁରକ୍ଷା ଏବଂ ଅଗ୍ନି ନିରାପତ୍ତା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ତଦନ୍ତ ରିପୋର୍ଟ ଆସିବା ପର୍ଯ୍ୟନ୍ତ କ୍ଲବକୁ ସିଲ୍ କରାଯାଇଛି। କ୍ଲବ ମାଲିକ, ପରିଚାଳକଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି। ତେଣୁ ଏଭଳି ସ୍ଥିତିରେ କୌଣସି ଅଘଟଣ ଘଟିବା ପୂର୍ବରୁ ଆକ୍ସନ ମୋଡ଼କୁ ଆସିଛି ଓଡିଶା ଅଗ୍ନିଶମ ବିଭାଗ।

ଅଧିକ ପଢନ୍ତୁ