ଗୋଆ, ପଣ୍ଡିଚେରୀ ପରି ଝଲସି ଉଠିବ ଚନ୍ଦ୍ରଭାଗାର ସମୁଦ୍ର ଉପକୂଳ ।

ଗୋଆ, ପଣ୍ଡିଚେରୀ ପରି ଝଲସିବ ଚନ୍ଦ୍ରଭାଗା ବେଳାଭୂମି। ଚନ୍ଦ୍ରଭାଗା ବେଳାଭୂମି ଠାରୁ ଇକୋରିଟ୍ରିଟ୍ ପର୍ଯ୍ୟନ୍ତ ହେବ ଅତି ଆଧୁନିକକରଣ କାର୍ଯ୍ୟ। ଏଥିଲାଗି ସୋମବାର ପର୍ଯ୍ୟଟନ ବିଭାଗର ସଚିବଙ୍କ ନିର୍ଦ୍ଦେଶ କ୍ରମେ ଚନ୍ଦ୍ରଭାଗାରେ ପହଞ୍ଚି ଥିଲେ ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶରୋଜ କୁମାର ସ୍ଵାଇଁ। ଚନ୍ଦ୍ରଭାଗା ବଜାରରେ ଥିବା ସମସ୍ତ ଦୋକାନୀଙ୍କୁ କ୍ଷତିପୂରଣ ଦିଆଯାଇଛି। କୋଣାର୍କ ମହୋତ୍ସବ ପୂର୍ବରୁ କିଛି କାର୍ଯ୍ୟ ଶେଷ ହେବ ।

ପରେ ଦୁଇମାସ ମଧ୍ୟରେ ବଦଳିବ ଚନ୍ଦ୍ରଭାଗା ବେଳାଭୂମିର ରୂପରେଖ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ କାର୍ଯ୍ୟ ଦୃତଗତିରେ ଆଗେଇ ଚାଲିଛି । କୋଣାର୍କ ବେଳାଭୂମିରେ ଯେପରି ୨୪ଘଣ୍ଟା ଦେଶ ବିଦେଶର ପର୍ଯ୍ୟଟକ ବାନ୍ଧି ହୋଇ ରହିବେ ସେଦିଗରେ ମଧ୍ୟ ରାଜ୍ୟ ସରକାର ଯୋଜନା କରୁଛନ୍ତି ବୋଲି କହିଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital