ଗୋଟିଏ କନିଆକୁ ବାହା ହେଲେ ଦୁଇ ଭାଇ

ହିମାଚଳ ପ୍ରଦେଶରୁ ଏକ ଅଜବ ବିବାହ ଖବରରେ ଅଛି। ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଏଠାରେ ହାତୀ ଜନଜାତିର ଦୁଇ ଭାଇ ଜଣେ ମହିଳାଙ୍କୁ ବିବାହ କରିଛନ୍ତି, ଯାହାକୁ ପୁରୁଣା ବହୁପତି ବିବାହ ତଥା ସ୍ଥାନୀୟ ଭାଷାରେ ‘ଯୋଡିଦାରା’ କୁହାଯାଏ)।ଏହି ବିବାହ ବହୁପତି ପରମ୍ପରା ଅନୁଯାୟୀ ହୋଇଯାଇଛି । ଯାହା ଏହି ଜନଜାତିରେ ଶତାବ୍ଦୀ ଧରି ଚାଲିଆସୁଛି । ଜୁଲାଇ ୧୨ ରୁ ଆରମ୍ଭ ହୋଇ ଏହି ବିବାହ ତିନି ଦିନ ଧରି ଚାଲିଥିଲା । ଅନେକ ଲୋକ ଏହି ଅନନ୍ୟ ବିବାହର ସାକ୍ଷୀ ହୋଇଥିଲେ । ସୁନୀତା ଏବଂ ଉଭୟ ବର କହିଛନ୍ତି ଯେ ସେମାନେ ବିନା ଚାପରେ ଏହି ନିଷ୍ପତ୍ତି ନେଇଛନ୍ତି ।ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାର ଟ୍ରାନ୍ସ-ଗିରି ଅଞ୍ଚଳରେ ଏହି ବିବାହ ହୋଇଛି। ସୁନୀତା ଚୌହାନ କୁନହଟ ଗାଁର ବାସିନ୍ଦା । ସେ କହିଛନ୍ତି ଯେ ସେ ଏହି ପରମ୍ପରା ବିଷୟରେ ଜାଣିଥିଲେ ଏବଂ ସେ ନିଜେ ଏହି ନିଷ୍ପତ୍ତି ନେଇଛନ୍ତି । ସୁନୀତାଙ୍କ ପ୍ରଥମ ବର ପ୍ରଦୀପ ଶିଲାଇ ଗାଁରେ ରୁହନ୍ତି ଏବଂ ଏକ ସରକାରୀ ବିଭାଗରେ କାମ କରନ୍ତି । ତାଙ୍କ ସାନ ଭାଇ ତଥା ସୁନୀତାଙ୍କ ଦ୍ବିତୀୟ ବର କପିଲ ବିଦେଶରେ କାମ କରନ୍ତି ।ହାତୀ ସମ୍ପ୍ରଦାୟକୁ ତିନି ବର୍ଷ ପୂର୍ବରୁ ଅନୁସୂଚିତ ଜନଜାତିର ମାନ୍ୟତା ଦିଆଯାଇଥିଲା। ଏହା ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ସୀମାବର୍ତ୍ତୀ ଟ୍ରାନ୍ସ-ଗିରି ଅଞ୍ଚଳରେ ବାସ କରେ। ଏହି ସମ୍ପ୍ରଦାୟ ତାର ଅନନ୍ୟ ପରମ୍ପରା, ପ୍ରଥା ଏବଂ ସାଂସ୍କୃତିକ ପରିଚୟ ପାଇଁ ଜଣାଶୁଣା। ଅଧିକାରୀଙ୍କ ଅନୁଯାୟୀ, ବଧାନା ଗାଁରେ ଗତ ଛଅ ବର୍ଷ ମଧ୍ୟରେ ପାଞ୍ଚଟି ଏପରି ବହୁପତି ବିବାହ (ଯୋଡିଦାରା) ହୋଇଛି। ସମ୍ପ୍ରଦାୟର ସର୍ବୋଚ୍ଚ ସଂସ୍ଥା କେନ୍ଦ୍ରୀୟ ହାତୀ କମିଟି କହିଛି ଯେ ଆବଶ୍ୟକତା ଯୋଗୁ ଏହି ପରମ୍ପରା ହଜାର ହଜାର ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା।

ଅଧିକ ପଢନ୍ତୁ

Odisha Darpan Digital