ଆଜି ଗୋଟିଏ ଦିନରେ ମଝି ସମୁଦ୍ରରୁ ଦୁଇଟି ବିଶାଳ ସାର୍କଙ୍କ ମୃତଦେହ ମିଳିଛି।ବୁଧବାର ସକାଳେ ପଶ୍ଚିମବଙ୍ଗ ପୂର୍ବ ମେଦିନିପୁର ଜିଲ୍ଲା ଅନ୍ତର୍ଗତ ବଙ୍ଗୋପସାଗର ଦୀଘା ମୁହାଣରେ ଲାଗିଥିଲା ଏକ ବିଶାଳକାୟ ସାର୍କ। ଗତକାଲି କିଛି ସ୍ଥାନୀୟ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବା ପାଇଁ ଟ୍ରଲର୍ ଯୋଗେ ଯାଇଥିବା ବେଳେ ୨ କୁଇଣ୍ଟାଲ ୧୦ କିଲୋ ଓଜନର ଏହି ମୃତ ସାର୍କଟି ଜାଲରେ ପଡ଼ିଥିଲା । ସେହିପରି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମି ନିକଟରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ବିଶାଳ ସାର୍କ । ଏହାର ଲମ୍ବ ପ୍ରାୟ ୩୦ ଫୁଟରୁ ଅଧିକ ହେବ । ଭୋଗରାଇ ବ୍ଲକ ସାହାବାଜିପୁର ଗାଁର ନନ୍ଦୁ ବେହେରାଙ୍କ ଭୁଟୁଭୁଟିରେ ୫ ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିବା ବେଳେ ଏହି ବିଶାଳକାୟ ମାଛଟି ଜାଲରେ ଲାଗିଥିଲା । ପ୍ରାୟ ୧୦୦ରୁ ଅଧିକ ଲୋକ ମାଛଟିକୁ ଦଉଡିରେ ବାନ୍ଧି ଉପରକୁ ଆଣିଥିଲେ । ସାର୍କ ମାଛକୁ ଦେଖିବା ପାଇଁ ଲୋକଙ୍କ ଗହଳି ଲାଗିଛି ।
