ଗୋଟିଏ ସିଲିଣ୍ଡରରୁ ଦୁଇ ଶିଶୁଙ୍କୁ ଦିଆଯାଉଛି ଅକ୍ସିଜେନ

ଗୋଟିଏ ସିଲିଣ୍ଡରରୁ ଦୁଇ ଶିଶୁଙ୍କୁ ଅକ୍ସିଜେନ। ବ୍ରହ୍ମପୁର ଏମକେସିଜି ମେଡିକାଲରୁ ଆସିଲା ଅବ୍ୟବସ୍ଥା ଓ ଅବହେଳାର ବିକଳ ଚିତ୍ର ।ଗୋଟିଏ ଅକ୍ସିଜେନ୍ ସିଲିଣ୍ଡରରୁ ଦୁଇ ଜଣ ନବଜାତ ଶିଶୁଙ୍କୁ ଅକ୍ସିଜେନ୍ ପ୍ରଦାନ କରାଯାଉଛି ।

ବ୍ରହ୍ମପୁର ବଡ଼ ମେଡିକାଲ ଶିଶୁ ବିଭାଗର ଏସଏନସିୟୁରେ ଚିକିତ୍ସିତ ହେଉଥିଲେ ପାତ୍ରପୁର ବ୍ଲକ୍ ପଦାଦିଗୀ ଗ୍ରାମର କୌଶଲ୍ୟା ସାହୁଙ୍କ ୮ ଦିନର ଶିଶୁ ପୁତ୍ର ଏବଂ ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ପଦପଦା ଗ୍ରାମର ପଦ୍ମାଳୟା ବେହେରାଙ୍କ ୧୪ ଦିନର ଶିଶୁ କନ୍ୟା । ଶିଶୁ ବିଭାଗ ଅଧୀନରେ ଚିକିତ୍ସିତ ହେଉଥିବା ଶିଶୁଙ୍କୁ ସୁପର ସ୍ପେସିଆଲିଟି କୋଠାକୁ ଇକୋ ନିମନ୍ତେ ଅଣାଯାଇଥିବା ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । କିଛିଦିନ ପୂର୍ବରୁ ଏମିତି ଅବହେଳାର କାହାଣୀ ସାମ୍ନାକୁ ଆସିଥିଲା। ଆଜି ସମାନ ଘଟଣା ପୁନରାବୃତ୍ତି ହୋଇଛି ।

ଅଧିକ ପଢନ୍ତୁ