ଗୋଡ଼ରେ ଲେଖି ମାଟ୍ରିକ ପରୀକ୍ଷା ଦେବେ ଲକ୍ଷ୍ମୀ ଖେମୁଡୁ !

ଆଜି ମାଟ୍ରିକ ପରୀକ୍ଷା ଦେବେ ମାଲକାନଗିରି ଜିଲ୍ଲା ଲକ୍ଷ୍ମୀ ଖେମୁଡୁ । ଜନ୍ମରୁ ସଂପୂର୍ଣ୍ଣ ଦିବ୍ୟାଙ୍ଗ ହୋଇଥିବାରୁ ନା ଉଠି ବସି ପାରୁଛନ୍ତି,ନା ଚାଲି ପାରୁଛନ୍ତି । ପଢିବା ପାଇଁ ଇଛା ଥିବାରୁ ଗୋଡରେ ଲେଖିବା ଅଭ୍ୟାସ ଆରମ୍ଭ କରିଥିଲେ । ଏବେ ମାଟ୍ରିକ ପରୀକ୍ଷାରେ ନିଜେ ଗୋଡରେ ଲେଖି ପରୀକ୍ଷା ଦେବେ ।ସିନ୍ଦିମାଳ ପିଏମଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ। ଲକ୍ଷ୍ମୀ ଜନ୍ମରୁ ଦିବ୍ୟାଙ୍ଗ । ହାତଦୁଇଟି ଅଚଳ ଗୋଡ଼ ଦୁଇଟି ବି ଠିକ୍ ଭାବେ କାମ କରେନା । ହୁଇଲ ଚେୟାରରେ ସେ ପ୍ରତିଦିନ ସ୍କୁଲ ଯାଇଛନ୍ତି, ପାଠ ପଢ଼ିଛନ୍ତି। ଆଉ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଛନ୍ତି। ଛୋଟ ମନରେ ଛୋଟ ଆଶା। ଭଲ ପଢ଼ିବି, ଶିକ୍ଷୟିତ୍ରୀ ହେବି। ଗୋଡ଼ରେ ଲେଖି ଉତ୍ତର ଖାତା ଭରିବି ଆଉ ମାଟ୍ରିକ ପରୀକ୍ଷାରେ ଖୁବ ଭଲ କରିବି ବୋଲି ଆଶା ରଖିଛନ୍ତି।ସବୁ ପିଲାଙ୍କ ସହ ମିଶି ସେ ପରୀକ୍ଷା ଦେବେ ବୋଲି କହିଛନ୍ତି। ସେହିପରି ସେ ଚାହିଁଥିଲେ ସ୍କ୍ରାଇବ ନେଇପାରିଥାନ୍ତେ, ତଥାପିବି ଏଥିରେ ସେ ରାଜି ହୋଇନଥିଲେ। କାରଣ ତାଙ୍କୁ ନିଜ ସାମର୍ଥ୍ୟ ପ୍ରମାଣିତ କରିବାର ଥିଲା। ତେବେ ଲକ୍ଷ୍ମୀଙ୍କ ପାଇଁ ତଳେ ବସି ପରୀକ୍ଷା ଦେବା ଲାଗି ବ୍ୟବସ୍ଥା କରାଯାଇଛି। ଏଭଳି ଜଣେ ଛାତ୍ରୀଙ୍କୁ ପାଇଁ ଗୌରବାନ୍ବିତ ମନେ କରିଛନ୍ତି ଶିକ୍ଷୟିତ୍ରୀ। ଆମେତ କହିବୁ ଏଭଳି ଜଣେ ଛାତ୍ରୀ ଅନ୍ୟମାନଙ୍କ ପାଇଁ ଆଦର୍ଶ। ପୂରା ଗାଁ ଚାହିଁ ରହିଛି ଲକ୍ଷ୍ମୀଙ୍କ ଉଜ୍ବଳ ଭବିଷ୍ୟତ

ଅଧିକ ପଢନ୍ତୁ