ଗୋପାଳପୁର ଦୁଷ୍କର୍ମ ମାମଲା: ଦେଢ଼ ଘଣ୍ଟା କାଳ ଯୁବତୀଙ୍କୁ ଦେଲେ ଯନ୍ତ୍ରଣା!

ଗୋପାଳପୁର ଗଣଦୁର୍ଷମ ମାମଲାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ମାମଲା ସଂକ୍ରାନ୍ତରେ ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ କରିଛି ସିଏଡବ୍ଲ୍ୟୁ ।ରିପୋର୍ଟ ଦାଖଲବେଳେ କ୍ରାଇମବ୍ରାଞ୍ଚ ଡିଜୁି ଦେଲେ ବଡ଼ ସୂଚନା । ଦୁଷ୍କର୍ମର ଚିତ୍ର କରନାମା ସିସିଟିଭିରେ କଏଦ ହୋଇଥିବା ସୂଚନା ।ସୂଚନାନୁସାରେ ଅଭିଯୁକ୍ତଙ୍କୁ ଦଣ୍ଡ ଦେବାରେ ତଦନ୍ତକାରୀ ସଂସ୍ଥା ପାଖରେ ଯଥେଷ୍ଟ ପ୍ରମାଣ ଥିବା କୁହାଯାଉଛି । ଅଭିଯୁକ୍ତମାନେ ଗ୍ୟାଙ୍ଗରେପର ଭିଡିଓ ମୋବାଇଲ ସାହାଯ୍ୟରେ ଉତ୍ତୋଳନ କରିଥିବା ଜଣାପଡ଼ିଛି ।ଗୁରୁବାର ବ୍ରହ୍ମପୁର ମଣ୍ଡଳ କାରଗାରରେ ଅଭିଯୁକ୍ତଙ୍କର TI ପରେଡ ହୋଇଥିଲା । ଟିଆଇ ପରେଡରେ ଅଭିଯୁକ୍ତମାନଙ୍କୁ ପୀଡ଼ିତା ଚିହ୍ନଟ କରିଛି। ଗୋପାଳପୁର ବେଳାଭୂମିରେ ଗତ ୧୫ ତାରିଖରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍ ଛାନ୍‌ଭିନ୍‌ କରି ସାକ୍ଷ୍ୟ ପ୍ରମାଣ ଯୋଗାଡ଼ କରୁଛି। ପୀଡ଼ିତା ଓ ତାଙ୍କ ପୁରୁଷବନ୍ଧୁଙ୍କୁ ବେଳାଭୂମିରେ କେଉଁମାନେ ଦେଖିଥିଲେ ଏବଂ କେତେବେଳେ ସେମାନେ ସେଠାରେ ପହଞ୍ଚିଥିଲେ ସବୁ ବିଷୟ ପଚରାଉଚରା କରିଛି।ଅଭିଯୁକ୍ତମାନେ ଘଟଣା ପରେ କିଭଳି ପୁଣି ଗାଁକୁ ଫେରିଥିଲେ ଏବଂ ଅପରାଧ ଘଟାଇବା ପରେ ସେମାନେ କେତେ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ ସବୁ ଦିଗରୁ ତଦନ୍ତ ଜାରି ରଖିଛି କ୍ରାଇମ୍‌ବ୍ରାଞ୍ଚ। ଜଣେ ରେଷ୍ଟୁରାଣ୍ଟ ମାଲିକଙ୍କ ବୟାନ ପୂର୍ବରୁ ରେକର୍ଡ ହୋଇଥିବା ବେଳେ ଅନ୍ୟ ସାକ୍ଷୀମାନଙ୍କୁ କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ ପଚରାଉଚରା କରୁଛି ।

ଅଧିକ ପଢନ୍ତୁ

kc ads