ଗୋଳଗୋଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର

ନୂଆଗାଁ: ନୂଆଗାଁ ବ୍ଲକ୍ ରେ ଥିବା ଗୋଳଗୋଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଡଃ.ବାସନ୍ତୀ ବେହେରା ବିଦ୍ୟାଳୟକୁ ପ୍ଲାଷ୍ଟିକ ମୁକ୍ତ ,ବୃକ୍ଷ ରୋପଣ କରିବା ସହ ଛାତ୍ର ଛାତ୍ରୀ ଲୋକମାନଙ୍କୁ ସଚେତନତା କରିବା ଏବଂ ପରିବେଶ ର ସୁରକ୍ଷା ଆଦି ଉପରେ ଅହରହ ପ୍ରଚେଷ୍ଟା ଜାରି ରଖିଥିଲେ।ଯାହାଫଳରେ ତାଙ୍କ ପ୍ରଚେଷ୍ଟା,ଅକ୍ଲାନ୍ତ ପରିଶ୍ରମ ର ମୂଲ୍ୟ ମିଳିଛି।ଚଳିତ ବର୍ଷ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଓଡ଼ିଶା ତରଫରୁ ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ଜଙ୍ଗଲ ,ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ,ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଙ୍କ ସମେତ ବିଭିନ୍ନ ଅଧିକାରୀ ଙ୍କ ଉପସ୍ଥିତିରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋଳ ଗୋଳାକୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଅଛି।ଏହି ପୁରସ୍କାର ରେ ୨୦ ହଜାର ଟଙ୍କା ସହ ମାନପତ୍ର ପ୍ରଧାନ ଶିକ୍ଷୟତ୍ରୀ ଡଃ ବାସନ୍ତୀ ବେହେରା ଅତିଥି ମାନଙ୍କୁ ଠାରୁ ଗ୍ରହଣ କରିଥିଲେ।ବ୍ଲକ୍ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସଲ,ଏନ୍ ପି ଏସ ଶିକ୍ଷକ ସଂଘ ସଭାପତି ଅଶୋକ କୁମାର ପଣ୍ଡା ଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀ,ବୁଦ୍ଧିଜୀବୀ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital