ଗୋ-ମାଫିଆଙ୍କୁ ସରକାରଙ୍କ କଡ଼ା ଚେତାବନୀ ଦେଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ସୂଚନା ଦେଇଛନ୍ତି । ବାଲେଶ୍ୱ. ମୟରଭଞ୍ଜ ଜିଲ୍ଲାର ୩୩ଟି ସ୍ଥାନରେ ଗୋମାଫିଆଙ୍କ ଘରେ ଚଢାଉ ଚାଲିଛି । ୪୬ ଲକ୍ଷରୁ ଅଧିକ ଟଙ୍କା, ୨ କେଜିରୁ ଅଧିକ ସୁନା ,କାର, ବାଇକ, ମାରଣାସ୍ତ୍ର ଜବତ ହୋଇଛି । ଜୋରଦାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ୮ରୁ ଅଧିକ ଗୋ ମାଫିଆଙ୍କୁ ଗିରଫ କରାଯାଇଛି ସେମାନଙ୍କ ବିରୋଧରେ ଏନଏସଏ ଲାଗୁ ହୋଇଥିବା କହିଛନ୍ତି ମନ୍ତ୍ରୀ । ବାଲେଶ୍ୱର , ଭଦ୍ରକ , ମୟୁରଭଞ୍ଜ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜୋରଦାର ଚଢାଉ ଚାଲିଛି । ଗୋମାଫିଆଙ୍କ ଉପରେ ରେଡ କରି ସେମାନଙ୍କୁ ଗିରଫ କରୁଛି ପୋଲିସ ।
