ଗୋ-ସୁରକ୍ଷା ଓ ଗୋ-ରକ୍ଷା ପାଇଁ ରାଜ୍ୟରେ ଗଠିତ ହେଲା କମିଟି । 

ଗୋ- ଚାଲାଣ ବନ୍ଦ ପାଇଁ ସରକାରଙ୍କ ବଡ ନିଷ୍ପତି। ଗୋ- ସୁରକ୍ଷା ଓ ଗୋ ରକ୍ଷା ପାଇଁ ରାଜ୍ୟରେ ଗଠିତ ହେଲା କମିଟି ।ଗୋ-ସୁରକ୍ଷା ପାଇଁ ୩୦୦ କୋଟି ଟଙ୍କାର ସ୍ଵତନ୍ତ୍ର ବଜେଟ୍ । ଉପ ମୁଖ୍ୟମନ୍ତ୍ରୀଙ୍କ ସମେତ ୫ କ୍ୟାବିନେଟ୍ ମନ୍ତ୍ରୀ ଓ ପୋଲିସ DGଙ୍କୁ ନେଇ ଗୋ-ସୁରକ୍ଷା ପାଇଁ କମିଟି ଗଠନ ହୋଇଛି । ଗୋ ଚାଲାଣ, ଗୋ ସୁରକ୍ଷା ସହ ରାସ୍ତାରେ ଘଟୁଥିବା ଦୁର୍ଘଟଣା ଓ ଚିକିତ୍ସା ବାବଦରେ କାର୍ଯ୍ୟ କରିବ ଏହି କମିଟି । ତେବେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ସହ ପଂଚାୟତରାଜି ମନ୍ତ୍ରୀ ରବି ନାୟକ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଗୋକୁଳ ନନ୍ଦ ମଲ୍ଲିକ ଓ ପୋଲିସ DGଙ୍କୁ ନେଇ କମିଟି ଗଠିତ ହୋଇଛି ।

ଅଧିକ ପଢନ୍ତୁ