ଗୌତମ ଆଦାନୀ ଓ ତାଙ୍କ ପୁତୁରା ସାଗରଙ୍କ ବିରୋଧରେ ଗିରଫ ଓ୍ୱାରେଣ୍ଟ ଜାରି

ଭାରତୀୟ ଶିଳ୍ପପତି ଗୌତମ ଆଦାନୀ ଆମେରିକାରେ ଲାଗିଛି ବଡ ଝଟ୍‌କା । ତାଙ୍କ ଉପରେ ଅଭିଯୋଗ ଆସିଛି କି, ସେ ତାଙ୍କ କମ୍ପାନୀ ନିବେଶକଙ୍କୁ ଦେଇଛି ଧୋକ୍କା । ଆମେରିକାରେ ତାଙ୍କ କମ୍ପାନୀ ପାଇଁ କଣ୍ଟ୍ରାକ୍ଟ ପାଇବା ଏବଂ ଏହାକୁ ଲୁଚାଇବା ପାଇଁ ସେ ୨୬୫ ମିଲିୟନ ଡଲାର ବା ୨୨୩୬ କୋଟି ଟଙ୍କା ଲାଞ୍ଚ ଦେଇଥିବାର ଅଭିଯୋଗ ହୋଇଛି। ଏହି ସମଗ୍ର ବିଷୟ ଆଦାନୀ ଗ୍ରୁପ୍ କମ୍ପାନୀ ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡ୍ ଏବଂ ଅନ୍ୟ ଏକ ସଂସ୍ଥା ସହିତ ଜଡିତ । ନ୍ୟୁୟର୍କର ଫେଡେରାଲ କୋର୍ଟରେ ହୋଇଥିବା ଏକ ଶୁଣାଣିରେ ଗୌତମ ଆଦାନୀଙ୍କ ସମେତ ୮ ଜଣ ଲୋକ କୋଟି କୋଟି ଟଙ୍କାର ଠକେଇ କରିଥିବା ଏବଂ ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି।

ବୁଧବାର ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଗୌତମ ଆଦାନୀଙ୍କ ପୁତୁରା ସାଗର ଆଦାନୀ, ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡର ଅଧିକାରୀ ତଥା ଅନ୍ୟ ଏକ ସଂସ୍ଥା ଆଜୁର୍ ପାୱାର୍ ଗ୍ଲୋବାଲ୍ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ସିରିଲ୍ କାବାନ୍ସଙ୍କ ବିରୋଧରେ ମଧ୍ୟ ମାମଲା ଦାୟର କରିଛି। ରିପୋର୍ଟରେ କୁହାଯାଇଛି ଯେ ଗୌତମ ଆଦାନୀ ଏବଂ ତାଙ୍କ ପୁତୁରା ସାଗର ସମେତ ଅନ୍ୟ ୭ ଜଣ ସେମାନଙ୍କର ରିନ୍ୟୁଏବଲ ଏନର୍ଜୀ କମ୍ପାନୀ ପାଇଁ କଣ୍ଟ୍ରାକ୍ଟ ପାଇବା ଏବଂ ଭାରତର ସର୍ବ ବୃହତ ସୋଲାର ପ୍ୟାନେଲ ଉତ୍ପାଦନ ପ୍ରକଳ୍ପର ବିକାଶ ପାଇଁ ପ୍ରାୟ ୨୬୫ ନିୟୁତ ଡଲାର୍ର ଲାଞ୍ଚ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ଦାବି କରାଯାଇଥିଲା ଯେ ଏହି ସମଗ୍ର ବିଷୟ କୋଟି କୋଟି ଡଲାରର ଲାଭ ସହିତ ଜଡିତ । ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ଚୁକ୍ତିନାମା ମାଧ୍ୟମରେ ଆଦାନୀ ଗ୍ରୁପ୍ ୨୦ ବର୍ଷ ମଧ୍ୟରେ ୨ ବିଲିୟନ ଡଲାରରୁ ଅଧିକ ଲାଭ କରିବ ବୋଲି ଆଶା କରାଯାଉଛି। ଅଭିଯୋଗ ହୋଇଛି ଯେ ୨୦୨୦ ରୁ ୨୦୨୪ ମଧ୍ୟରେ ଏହି ଲାଞ୍ଚ ଅଧିକାରୀମାନଙ୍କୁ ଦିଆଯାଇଥିଲା।

ଅଧିକ ପଢନ୍ତୁ