ଦୁଇ ଦିନ ପରେ ନେଇଥାନ୍ତେ ଅବସର । ସରିଥିଲା ରିଟାୟରମେଣ୍ଟ ପ୍ଲାନିଂ । ହେଲେ ଠିକ୍ ପୂର୍ବରୁ ମାଡିବସିଲା ଭିଜିଲାନ୍ସ । ଆୟରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି କୋଟିପତି RW ଡିଭିଜନ୍ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ । ବାବୁଙ୍କ ଟଙ୍କା ଦେଖି ଭିଜିଲାନ୍ସ ଅଧିକାରୀଙ୍କର ଉଡ଼ିଯାଇଛି ହୋସ୍ ।। ତାଙ୍କ ବିରୁଦ୍ଧରେ ତାଙ୍କର ଜଣାଶୁଣା ଆୟ ଅପେକ୍ଷା ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ଢେଙ୍କାନାଳ ଦୁର୍ନୀତି ନିବାରଣ ବିଭାଗର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ ପୋଲିସ (ଡିଏସପି) ଅନୁଷ୍କା ସେନାପତିଙ୍କ ନେତୃତ୍ୱରେ ଏକ ଦଳ ଅନୁଗୁଳ ଜିଲାର ଚାରିଟି ସ୍ଥାନରେ ଚଢ଼ାଉ କରିଛି, ଯେଉଁଥିରେ ଷଡ଼ଙ୍ଗୀଙ୍କର କରଡ଼ଗଡ଼ିଆସ୍ଥିତ ବାସଭବନ ମଧ୍ୟ ଅନ୍ତର୍ଭୁକ୍ତ।
ଅନୁଗୁଳ ଜିଲାର ଲେକେଇପାସୀ, ମାଟିୟାସାହି ଏବଂ ଶିକ୍ଷାକପଡ଼ା ଅଞ୍ଚଳରେ ଏହି ତଦନ୍ତ କାର୍ଯ୍ୟ ଚାଲିଛି। ଅନୁଗୁଳ, ଢେଙ୍କାନାଳ ଏବଂ କଟକରୁ ଆସିଥିବା ଅଧିକାରୀମାନେ ଏହି ଅପରେସନରେ ଅଂଶଗ୍ରହଣ କରିଛନ୍ତି, ଯାହା ଏପର୍ଯ୍ୟନ୍ତ ଚାଲୁ ରହିଛି।ଚଢ଼ାଉ ବେଳେ ବୈକୁଣ୍ଠ ନାଥ ଘରୁ ୨କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବା ଜଣାଯାଇଛି। ସେହିପରି ଅନୁଗୁଳ ସ୍ଥିତ ବାସଭବନରୁ ୧ କୋଟି ୪୦ ଲକ୍ଷ ଟଙ୍କା ଜବତ ।