ଗ୍ରୀଷ୍ମ ଋତୁରେ ଯାତ୍ରୀଙ୍କ ବର୍ଦ୍ଧିତ ଚାହିଦା ପୂରଣ ନିମନ୍ତେ ଚାଲିବ ସ୍ପେଶାଲ ଟ୍ରେନ

ଗ୍ରୀଷ୍ମ ଋତୁରେ ଯାତ୍ରୀଙ୍କ ବର୍ଦ୍ଧିତ ଚାହିଦା ପୂରଣ ନିମନ୍ତେ ଏବଂ ଯାତ୍ରା ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ପୂର୍ବତଟ ରେଳପଥ ପକ୍ଷରୁ ୬ଟି ସ୍ୱତନ୍ତ୍ର ଟ୍ରେନ୍ ସେବା ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି । ସେଗୁଡିକ ହେଲା ଭୁବନେଶ୍ୱର–ଯଶବନ୍ତପୁର ସ୍ପେଶାଲ୍ ଆସନ୍ତା ୨୭ ଜୁନ୍ ଏବଂ ଯଶବନ୍ତପୁର– ଭୁବନେଶ୍ୱର ସ୍ପେଶାଲ୍ ୨୯ ଜୁନ୍ ପର୍ଯ୍ୟନ୍ତ ଗଡ଼ିବ । ସମ୍ବଲପୁର–ଇରୋଡ୍ ସ୍ପେଶାଲ୍ ୨୭ ମେ’ ଏବଂ ଇରୋଡ୍–ସମ୍ବଲପୁର ସ୍ପେଶାଲ୍ ୨୯ ମେ’ ବୃଦ୍ଧି କରାଯାଇଛି ।
ସେହିପରି ବିଶାଖାପାଟଣା- ଶାଲିମାର ସ୍ପେଶାଲ୍ ୩୦ ଜୁନ୍ ଏବଂ ଶାଲିମାର–ବିଶାଖାପାଟଣା ସ୍ପେଶାଲ୍ ମଧ୍ୟ ଜୁନ୍ ୩୦ ପର୍ଯ୍ୟନ୍ତ ଯାତ୍ରୀ ସେବା ଯୋଗାଇବ । ତେବେ ପୂର୍ବ ସମୟ, ରହଣି ସ୍ଥାନ ଏବଂ କୋଚ୍ ସରଞ୍ଚନା ଅପରିବର୍ତ୍ତିତ ରହିଛି ।

ଅଧିକ ପଢନ୍ତୁ