ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଚାଲୁଥିବା ସ୍କୁଲ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ

ଗ୍ରୀଷ୍ମ ପ୍ରବାହ ଯୋଗୁ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ଯେଉଁ ସ୍କୁଲଗୁଡ଼ିକ ଚାଲୁ ରହିଛି ସେମାନଙ୍କ ବିରୁଦ୍ଧରେ ତୁରନ୍ତ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅପ୍ରେଲ ୨୨ ତାରିଖରେ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶ ସତ୍ତ୍ୱେ କିଛି ବିଦ୍ୟାଳୟ ଖୋଲା ଯିବା ଦୃଷ୍ଟି ଗୋଚର ହୋଇଛି। ତେଣୁ ତୁରନ୍ତ ପଦକ୍ଷେପ ନେବାକୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ରହିଛି।ବିଭାଗ ପକ୍ଷରୁ ଡିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସେମାନେ ନିଜ ନିଜ ଅଞ୍ଚଳର ସ୍କୁଲଗୁଡ଼ିକ ଉପରେ କଡ଼ା ନଜର ରଖନ୍ତୁ ଏବଂ ବିନା ବ୍ୟତିକ୍ରମରେ ଗ୍ରୀଷ୍ମ ଛୁଟି ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରନ୍ତୁ।

ଅଧିକ ପଢନ୍ତୁ

Odisha Darpan Digital