ଗ୍ୟାସ୍ ସଙ୍କଟ ରାଜନୀତି : ରାସ୍ତା ଉପରେ କାଠ ଚୁଲି ଜାଳି ଚା’ କଲା ବିଜେଡି

ରାଜରାସ୍ତାରେ ବିଜେଡିର ପ୍ରତିବାଦ । ବିଜୁ ମହିଳା, ଯୁବ ଏବଂ ଛାତ୍ର ଜନତା ଦଳ ତରଫରୁ ମାଷ୍ଟର କ୍ୟାଣ୍ଟିନ ଛକରେ ପ୍ରତିବାଦ । ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ କରିଛି ବିଜେଡି । ବିଜୁ ମହିଳା ଜନତା ଦଳର ବହୁ ସଦସ୍ୟ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି । ରାସ୍ତା ଉପରେ କାଠ ଚୁଲି ଜାଳି ଚା’କରି ପ୍ରତିବାଦ କଲା ବିଜେଡି । ଡବଲ ଇଞ୍ଜିନ ସରକାର ରାଜ୍ୟବାସୀଙ୍କୁ ପ୍ରତାରଣା କରିଛନ୍ତି । ସାଧାରଣଲୋକଙ୍କୁ ଲୁଟ୍ କରିବା କାର୍ଯ୍ୟ କରୁଛନ୍ତି ଉଭୟ ସରକାର । ରାଜ୍ୟରେ ଚାକିରି ନାହିଁ ବେରୋଜଗାରୀ ବଢିଚାଲିଛି, ସେପଟେ ଦର ବୃଦ୍ଧି ମଧ୍ୟ ବଢିଚାଲିଛି ଏହା କ’ଣ ଜନତାଙ୍କ ପାଇଁ ସରକାରଙ୍କ ଦାଇତ୍ୱ କି ବୋଲି ପ୍ରଶ୍ନ କରିଛନ୍ତି ।ଅନ୍ୟପଟେ ଗତକାଲି ରିପୋର୍ଟରୁ ଜଣାପଡିଥିଲା ଯେ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଇନ୍ଧନ ଗ୍ୟାସର ଅଭାବ। ଦୁଇ ଦିନ ମଧ୍ୟରେ ଭୁବନେଶ୍ୱରରେ ହୋଟେଲ ଓ ରେଷ୍ଟୁରାଣ୍ଟ ବନ୍ଦ ଆରମ୍ଭ ହେବ । ଏଭଳି କିଛି ଆଶଙ୍କା କଲେଣି ଭୁବନେଶ୍ବର ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ୍ । ବର୍ତ୍ତମାନ ପ୍ରାୟ ୨୦ ପ୍ରତିଶତ କମର୍ସିଆଲ ଗ୍ୟାସ ସପ୍ଲାଏ ବନ୍ଦ କରାଯାଇଛି । ଏଥିପାଇଁ ହୋଟେଲ ଓ ରେଷ୍ଟୁରାଣ୍ଟ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ସେପଟେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ବିହୀନ ନୀତି ପାଇଁ ଆଜି ସାରା ଦେଶରେ ଗଭୀର ସଙ୍କଟ ଦେଇ ଗତି କରୁଛି । ରନ୍ଧନ ଗ୍ୟାସ ପାଇଁ ଭାରତବର୍ଷର ଜନସାଧାରଣ ହନ୍ତସନ୍ତ ହେଉଛନ୍ତି । ଗ୍ୟାସ ଭର୍ତ୍ତି କରିବାର ଅବଧି ୧୫ ଦିନ ଥିଲା ତାକୁ ୨୧ ଦିନ କଲେ ଏବେ କହୁଛନ୍ତି ୨୫ ଦିନ ନହେଲେ ଗ୍ୟାସ ବୁକିଂ କରିପାରିବ ନାହିଁ । ୟୁପିଏ ସମୟରେ ଯେତେବେଳେ ଗ୍ୟାସର ଦର ୪୩୭ଟଙ୍କା ଥିଲା ଏବେ ତାହା ୯୦୦ ଟଙ୍କା ଉପରେ ପହଞ୍ଚିଛି । କଳାବଜାରୀ କାରଣରୁ ଗ୍ୟାସ୍ ଦର ବଢିଚାଲିଛି ।

ଅଧିକ ପଢନ୍ତୁ

kc ads