ବନ କର୍ମଚାରୀ ପାଦ ଚଲା ପାଟ୍ରୋଲିଂ କରିବେ । ପ୍ରତି ମାସରେ ୧୦୦ କିଲୋମିଟର ପାଦରେ ଚାଲି ପାଟ୍ରୋଲିଂ କରିବେ ବନ କର୍ମଚାରୀ । ଅତ୍ୟାଧୁନିକ ମୋବାଇଲ ଆପ୍ସ ଜରିଆରେ ସୁରକ୍ଷା ବ୍ୟବସ୍ଥା କରାଯିବ ।ଯାହା ଫଳରେ କି ଜଙ୍ଗଲର ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବ । ଜଙ୍ଗଲ ସମ୍ପଦର ପ୍ରଭାବଶାଳୀ ସୁରକ୍ଷା, ବେଆଇନ କାର୍ଯ୍ୟକଳାପକୁ ରୋକିବା ଏବଂ ଜୈବ ବିବିଧତା ପ୍ରତି ବିପଦର ପ୍ରାରମ୍ଭିକ ଚିହ୍ନଟ ସୁନିଶ୍ଚିତ କରିବା ପାଇଁ, କ୍ଷେତ୍ରସ୍ତରୀୟ ବନ କର୍ମଚାରୀମାନେ ନିୟମିତ ଚାଲି ଚାଲି ପାଟ୍ରୋଲିଂ କରିବେ । ଏମାନେ ସକ୍ରିୟ ଭାବରେ ନିୟୋଜିତ ହେବା ଅତ୍ୟନ୍ତ ଜରୁରୀ ଅଟେ । ଦୁର୍ବଳ ଅଞ୍ଚଳରେ ଶାରୀରିକ ଉପସ୍ଥିତି ଫଳରେ ଅପରାଧୀମାନଙ୍କ ମନରେ ଭୟ ରହିବ । ସ୍ଥାନୀୟ ସମ୍ପ୍ରଦାୟ ସହିତ ସମ୍ପର୍କ ସ୍ଥାପନ, ଗୁଇନ୍ଦା ସୂଚନା ସଂଗ୍ରହ ଏବଂ ଜଙ୍ଗଲର ସୁରକ୍ଷା ଉପରେ ନଜର ରଖିବା ମଧ୍ୟ ସହଜ ହେବ ।
