ଘରେ ତାଲା ପକାଇ ପ୍ରେମିକ ପରିବାର ଛୁ’; ଘର ଆଗରେ ପ୍ରେମିକାର ଧାରଣା

ରାଜ୍ୟରେ ଚହଳ ପକାଇଥିବା ବ୍ରହ୍ମପୁରର କେ.ଦୀପିକା ଓ ତପସ୍ୱିନୀ ଘଟଣା ଏବେ ବି ଲୋକଙ୍କ ମନରୁ ଲିଭିନାହିଁ । ପୁଣି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଆଉ ନିଜ ହକ ପାଇଁ ପୁଣି ଜଣେ ଯୁବତୀ ନିଜ ପ୍ରେମିକର ଘର ସମ୍ମୁଖରେ ଧାରଣାରେ ବସିଛନ୍ତି । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୁଣ୍ଠୁପଡା ଗାଁରେ ଅଭାବନୀୟ ଘଟଣା ଘଟିଛି । ଗାଁର ଟୁଲୁ ମହାରଣା ନାମକ ଯୁବକଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ମହିଳା ।

ଅଭିଯୋଗ ଅନୁଯାୟୀ, ଟୁଲୁ ଜଣେ ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । ଟୁଲୁ, ସୁନୀତା ବେହେରାଙ୍କୁ ଦୁଇ ବର୍ଷ ତଳେ ଭଲପାଇ ତାଙ୍କ ସହ ଫେରାର ହୋଇ ଯାଇଥିଲେ। ଆଗରୁ ମହିଳା ଜଣଙ୍କ ଦୁଇଟି ସନ୍ତାନ ଓ ସ୍ବାମୀ ଥାଇ ମଧ୍ୟ ପ୍ରେମିକ ସହ ଫେରାର ହେବା ପରେ ସୁରତର ଆମ୍ବାଜି ମନ୍ଦିରରେ ପ୍ରେମିକକୁ ବିବାହ କରିବା ପରେ ହାଉସିଙ୍ଗ ବୋର୍ଡରେ ଏକ ଭଡ଼ା ଘରେ ଦୁଇ ବର୍ଷ ଧରି ରହିଥିଲେ । ଏତିକି ଭିତରେ ତାଙ୍କର ଅନ୍ୟ ଏକ ପୁତ୍ର ସନ୍ତାନଟିଏ ଜନ୍ମ ହୋଇଥିଲା । କିନ୍ତୁ ତାଙ୍କର ମୃତ୍ୟୁ ହୋଇଥିଲା ।ଗତ ମାସ ୨୦ ତାରିଖରେ କୋର୍ଟ ମ୍ୟାରେଜ କରିବାକୁ କହି ଟୁଲୁ ସୁନିତାକୁ ନିଜ ଗାଁକୁ ଧରି ଆସିଥିବା ବେଳେ କବିସୂର୍ଯ୍ୟ ନଗର ବୁଢାମ୍ୱ ନିକଟରେ ଛାଡ଼ି ଦେଇ କୁଆଡ଼େ ଫେରାର ହୋଇ ଯାଇଥିଲା । ଏନେଇ ମହିଳା ଜଣକ କବିସୂର୍ଯ୍ୟନଗର ଥନାରେ ଅଭିଯୋଗ କରିଥିଲେ। କୌଣସି ଫଳ ନମିଳିବାରୁ ମହିଳା ଜଣକ ପ୍ରେମିକର ଘର ଆଗରେ ଧାରଣାରେ ବସିଛନ୍ତି। ନ୍ୟାୟ ନମିଳିଲେ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି ।

ଅଧିକ ପଢନ୍ତୁ