ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଚଢେୟାପଲ୍ଲୀ ଗାଁରେ ଅଭାବନୀୟ ଘଟଣା । ଶାଳୀକୁ ରାସ୍ତାରେ ହାଣି ହତ୍ୟା କଲା ଭିଣୋଇ ।ଜମିଜମା ବିବାଦରୁ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ମୃତକ ଚଢେୟାପଲ୍ଲୀ ଗାଁର ଆଶା କର୍ମୀ ବିଜୟଲକ୍ଷ୍ମୀ ତ୍ରିପାଠୀ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଚଢ଼େୟା ପଲ୍ଲୀ ଗ୍ରାମର ବିଜୟଲକ୍ଷ୍ମୀ ତ୍ରିପାଠୀ ଘରେ ଏକା ଥିଲେ । ଏହି ସମୟରେ ଭିଣୋଇ ହଠାତ୍ ଘର ଭିତରକୁ ପ୍ରବେଶ କରି ବିଜୟଲକ୍ଷ୍ମୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ହତ୍ୟା କରି ଭିଣୋଇ ଫେରାର ଥିବା ସୁଚନା।ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର ସଠିକ କାରଣ ଜଣାପଡିନଥିବା ବେଳେ ଜମିଜମା ବିବାଦରୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ତେବେ ଶବ ବ୍ୟବଚ୍ଛେଦ ଏବଂ ପୋଲିସର ପ୍ରାଥମିକ ରିପୋର୍ଟ ଆସିବା ପରେ ହତ୍ୟାର ପ୍ରକୃତ କାରଣ ଜଣାପଡିବ ବୋଲି ଆଶା ରହିଛି ।
