ଘରେ ପଶି ହାଣିଲେ ମାଓବାଦୀ ।

ଛତିଶଗଡ ବିଜାପୁରରେ ମାଓବାଦୀଙ୍କ ବର୍ବର କାଣ୍ଡ । ପୁଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି । ଘରେ ପଶି ଯୁବକଙ୍କୁ ହାଣି ହତ୍ୟା କରିଛନ୍ତି ମାଓବାଦୀ । ଟଙ୍ଗିଆ ସାହାଯ୍ୟରେ ଯୁବକଙ୍କୁ ହାଣି ହତ୍ୟା କରାଯାଇଛି । ଘଟଣା ସ୍ଥଳରେ ମାଓ ପୋଷ୍ଟର ଥିବା ଦେଖିବାକୁ ମିଳିଛି। ଯିଏ ପୋଲିସକୁ ମାଓବାଦୀ ସମ୍ପର୍କରେ ସୂଚନା ଦେବ, ତାର ଏଭଳି ପରିଣାମ ହେବ ବୋଲିପୋଷ୍ଟରରେ ଉଲ୍ଲେଖ ରଖାଯାଇଛି। ପୋଲିସ ସହ ମିଶି ମାଓ ବିରୋଧୀ କାର୍ଯ୍ୟକଳାପ କରୁଥିବାରୁ ତାକୁ ପ୍ରଜା କୋର୍ଟରେ ମୃତ୍ୟୁଦଣ୍ଡ ଦିଆଯାଇଛି।ମାଓବାଦୀଙ୍କ ଦ୍ୱାରା ହତ୍ୟା କରଯାଇଥିବା ଯୁବକଙ୍କ ବୟସ ହେଉଛି ୪୧ ବର୍ଷ । ମାଓବାଦୀଙ୍କ ବିରୋଧରେ ସେ ପୋଲିୟକୁ ସୂଚନା ଦେଉଥିବା ନେଇ ମାଓବାଦୀଙ୍କୁ ଖବର ମିଳିଥିଲା । ଯହାକୁ ନେଇ ଘରେ ପଶି ଯୁବକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ ।

ଅଧିକ ପଢନ୍ତୁ

Odisha Darpan Digital