ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପୁଣି ପଶିଲା ଚୋର। ଗତ ୨୬ ତାରିଖରେ ତାଙ୍କ ନୟାପଲ୍ଲୀସ୍ଥିତ ଏନ୍-୨୯ ଘରୁ ଚୋରି ହୋଇଥିବାବେଳେ ସୋମବାର ରାତିରେ ଏନ୍-୨୫ ଘରେ ପୁଣି ଚୋରି ଉଦ୍ୟମ ହୋଇଛି। କିନ୍ତୁ ଏଥର ଧରାପଡ଼ିଛି ଚୋର। ଝରକା ଭାଙ୍ଗି ଘରେ ପଶିବାବେଳେ କର୍ମଚାରୀ ଚୋରକୁ କାବୁ କରି ନେଇଥିଲେ। ଏହାପରେ ତାକୁ ପୁଲିସ ଜିମା ଦେଇଛନ୍ତି।
ଏହା ମଧ୍ୟରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ଏତେ ସୁରକ୍ଷା ଭିତରେ ବି ଚୋର କେମିତି ମୋ ଘରେ ପଶିଲା, ଏହା ଚୋରର ବାହାଦୁରୀ। ଆହୁରି ଦାମୀ ଜିନିଷ ଥିଲା, ଚୋର ଛାଡ଼ି ଦେଇଛି। ଖାଲି ସୁନା ଆଉ ଟଙ୍କା ନେଇଛି। ଯେଉଁ ଲୋକଟି କାଲି ଧରାପଡିଛି। ସିଏ ଡ୍ରଗ୍ସ ଆଡିକ୍ଟେଟ୍ ବୋଲି ଜଣାପଡୁଥିଲା। ସେ କହିଛନ୍ତି,ରାଜଧାନୀରେ ଡ୍ରଗ୍ସ ,ନିଶା ଓ ଚୋରି କରୁଥିବା କ୍ରିମିନାଲଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେଥିପାଇଁ ଆମେ ଭୟବିତ ରହୁଛୁ । ଏହାକୁ କିପରି କଣ୍ଟ୍ରୋଲ କରାଯିବ ପ୍ରଶାସନ ଓ ପୋଲିସ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।