ରାଜସ୍ୱ ବିଭାଗର ବଡ଼ ନିଷ୍ପତ୍ତି । କାଷ୍ଟ୍, ଇନକମ୍, ରେସିଡେଣ୍ଟ ସାର୍ଟିଫିକେଟ ପାଇଁ ଆଉ ତହସିଲ ଅଫିସକୁ ଯାଇ ଘଣ୍ଟା ଘଣ୍ଟା ଛିଡା ହେବାକୁ ପଡ଼ିବନି । ଘରେ ବସି ମୋବାଇଲରେ ସାର୍ଟିଫିକେଟ ପାଇଁ ଆବେଦନ କରିପାରିବେ । ଓଡ଼ିଶା ସରକାର ଖୁବ୍ଶୀଘ୍ର ଏକ ମୋବାଇଲ୍ ଆପ୍ ଲଞ୍ଚ୍ କରିବେ । ତାରିଖ ଏବଂ ଉଦ୍ଦେଶ୍ୟ ସହିତ ଆବେଦନଗୁଡ଼ିକର ବିବରଣୀ ଆପ୍ ମାଧ୍ୟମରେ ରେକର୍ଡ କରାଯିବ। ରାଜସ୍ୱ ବିଭାଗ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରମାଣପତ୍ର ପ୍ରଦାନ ପାଇଁ ଏକ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରାଯିବ।
“ସମ୍ପର୍କିତ ତହସିଲଦାରମାନେ ଆପ୍ ମାଧ୍ୟମରେ ପ୍ରମାଣପତ୍ର ପ୍ରଦାନ ସମ୍ପର୍କରେ ବିସ୍ତୃତ ତଥ୍ୟ ଅପଲୋଡ୍ କରିବେ। ଏଥିରୁ ରାଜ୍ୟ ସରକାର ଆବେଦନକାରୀଙ୍କୁ ସେବା ପ୍ରଦାନ କରିବାରେ ବିଳମ୍ବ ସମ୍ପର୍କରେ ସୂଚନା ପାଇପାରିବେ,” ପୂଜାରୀ କହିଛନ୍ତି।ମୋବାଇଲେ କେଉଁ ବ୍ୟକ୍ତି, କେଉଁ ସମୟ, କେଉଁଠାରୁ ଓ କେଉଁ ଯୋଜନା ପାଇଁ ଆବେଦନ କଲେ ଏହାର ବିବରଣୀ ଆପ୍ ମାଧ୍ୟମରେ ରେକର୍ଡ କରାଯିବ । କେଉଁ ସାର୍ଟିଫିକେଟ କେତେ ସମୟରେ ମିଳିବ ସେଥିପାଇଁ ସମୟ ଧାର୍ଯ୍ୟ ହେବ । ରାଜସ୍ୱ ବିଭାଗ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରମାଣପତ୍ର ପ୍ରଦାନ ପାଇଁ ଏକ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରିବ । ନିର୍ଦ୍ଦିଷ୍ଟ ସମୟରେ ସାର୍ଟିଫିକେଟ ନମିଳିଲେ ରାଜସ୍ୱ ବିଭାଗକୁ ସୂଚନା ଆସିଯିବ ।