ଘରେ ରଖିଲେ ଏହି ୩ଟି ଜିନିଷ, କେବେ ରହିବନି ଆର୍ଥିକ ସମସ୍ୟା !

ଲାଫିଙ୍ଗ ବୁଦ୍ଧ: ଧନ ପୁଟୁଳି ଧରା ଲାଫିଙ୍ଗ ବୁଦ୍ଧଙ୍କୁ ଘରେ ରଖିଲେ ଭଲ ଅଟେ | ତେବେ ଏହି ପ୍ରତିମୂର୍ତ୍ତି ଅଢେଇ ଇଞ୍ଚରୁ ବଡ ହେବା ଉଚିତ ନୁହେଁ। ଏହାଠାରୁ ବଡ ମୂର୍ତ୍ତି ରଖିଲେ ଘରେ ବାସ୍ତୁଦୋଷ ଉତ୍ପନ ହୋଇପାରେ। ଏହି ମୂର୍ତ୍ତିକୁ ଘରର ଉତ୍ତର-ପଶ୍ଚିମ ଦିଗରେ ରଖିବା ଶୁଭ। ଏଥିସହିତ ଘରେ କେବେ ଆର୍ଥିକ ସମସ୍ୟା ରହିନଥାଏ ।ବାସ୍ତ୍ରୁଶାସ୍ତ୍ରରେ ଲାଫିଙ୍ଗ ବୁଦ୍ଧଙ୍କୁ ସମୃଦ୍ଧିର ପ୍ରତୀକ ଭାବରେ ବିବେଚନା କରାଯାଇଥାଏ ।

ଘୋଡା ନାଲ: ଘୋଡା ନାଲରେ ଲେମ୍ବୁ ଓ ଲଙ୍କା ଲଗାଇ ଘରର କବାଟ ମଝିରେ ଟାଙ୍ଗି ଦିଅନ୍ତୁ। ଘୋଡା ନାଲ ଘରକୁ ସୁରକ୍ଷା ଦେବା ସହ ସୁଖ ସମୃଦ୍ଧି ଆଣିଦେଇଥାଏ । ଫଳରେ ଘର ଉପରେ କାହାର ନଜର ପଡିବନି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ଘରୁ ନକରାତ୍ମକ ଶକ୍ତିକୁ ଦୂରେଇ କରିବାରେ ସହାୟତା ହୋଇଥାଏ ।

ଚାଇନିଜ୍ ମୁଦ୍ରା: ଫେଙ୍ଗସୁଇରେ ଚାଇନିଜ୍ ମୁଦ୍ରା ଅତ୍ୟନ୍ତ ଖାସ୍ ବୋଲି କୁହାଯାଏ | ଯଦି ୩ ମୁଦ୍ରାକୁ ଲାଲ ରିବନରେ ବାନ୍ଧି ଘରେ ରଖିବେ ତେବେ ଘରର ସମସ୍ତ ନକାରାତ୍ମକ ଶକ୍ତି ଦୂର ଯାଇଥାଏ| ଏହି ୩ ମୁଦ୍ରାକୁ ତ୍ରିଭୁବନର ପ୍ରତୀକ ତଥା ତିନି ଦେବୀଙ୍କର ପ୍ରତୀକ ଭାବରେ ବିବେଚନା ମଧ୍ୟ କରାଯାଇଥାଏ।

ଅଧିକ ପଢନ୍ତୁ