ଘରୋଇ ଲେଡିଜ୍ ହଷ୍ଟେଲରୁ ଫୁଡ ବ୍ଲଗରଙ୍କ ମୃତଦେହ ଉଦ୍ଧାର

ରାଜଧାନୀର ଇନଫୋସିଟି ଥାନା ଅନ୍ତର୍ଗତ ଆଦର୍ଶ ବିହାର କଲୋନିରେ ଥିବା ଏକ ଘରୋଇ ଲେଡିଜ୍ ହଷ୍ଟେଲରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସୋନାଲି ସଂଘମିତ୍ରା ପରିଡ଼ା। ସେ ଜଣେ ଫୁଡ ବ୍ଲଗର୍ ଭାବେ ଜଣାଶୁଣା। ଗତକାଲି ରାତିରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ସେ ରହୁଥିବା ବାଥରୁମରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।ସୋନାଲୀ ପ୍ରାୟ ୩ ବର୍ଷ ହେବ ଇନଫୋସିଟି ଥାନା ପଟିଆ ଆଦର୍ଶ ବିହାର ଲେନ୍‌-୨ସ୍ଥିତ ଏକ ହଷ୍ଟେଲରେ ରହୁଥିଲେ। ଗତକାଲି ପରିବାର ଲୋକେ ତାଙ୍କୁ ବାରମ୍ବାର ଫୋନ୍‌ କରିଥିଲେ ବି ସେ ଫୋନ୍‌ ଉଠାଇ ନ ଥିଲେ।

ଏହାପରେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଫୋନ୍‌ କରିବାରୁ ଝିଅ ଗୁରୁତର ଥିବା କହିଥିଲେ। ମାତ୍ର ପରିବାର ଲୋକେ ପହଞ୍ଚି ଝିଅର ମୃତଦେହ ହଷ୍ଟେଲର ଶୌଚାଳୟରେ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ। ତେବେ ସୋନାଲି ଜଣେ ଖୁସ୍‌ ମିଜାଜର ଝିଅ ହୋଇଥିବାରୁ ସେ ଆତ୍ମହତ୍ୟା କରିବା ସମ୍ଭବ ନୁହେଁ ବୋଲି ପରିବାର ଲୋକେ କହିଛନ୍ତି।ମୃତା ସୋନାଲି ସଂଘମିତ୍ରା ପରିଡ଼ାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଅଞ୍ଚଳରେ ବୋଲି ସୂଚନା ରହିଛି। ସେ ଏକ ବେସରକାରୀ କଂପାନିରେ କାର୍ଯ୍ୟ କରୁଥିଲେ।ଏଣେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି।ପୁଲିସ ସୋନାଲି ସଂଘମିତ୍ରାଙ୍କ ମୋବାଇଲକୁ ଜବତ କରି ଖୋଳତ‌ାଡ଼ କରୁଛି।

ଅଧିକ ପଢନ୍ତୁ

Odisha Darpan Digital