ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଛାତ୍ରଛାତ୍ରୀଙ୍କୁ ଶେଷ ସୁଯୋଗ ଦେଇଛି । ଯେଉଁମାନେ କିଛି କାରଣ ବଶତଃ ଯୁକ୍ତ ଦୁଇ (+2) ପରୀକ୍ଷା ପାଇଁ ଫର୍ମ ପୂରଣ କରିପାରି ନାହାନ୍ତି, ସେମାନେ ଆସନ୍ତା ଡିସେମ୍ବର 18 ତାରିଖ ସୁଦ୍ଧା ଫର୍ମ ପୂରଣ କରିପାରିବେ । ଡିସେମ୍ବର 19 ତାରିଖରେ ଛାତ୍ରଛାତ୍ରୀଙ୍କୁ ଆଡମିଟ କାର୍ଡ ମିଳିବ । ବିନା ଆଡମିଟ କାର୍ଡରେ ମଧ୍ୟ ପିଲା ଇଣ୍ଟରନାଲ ପରୀକ୍ଷା ଦେଇପାରିବେ ବୋଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ ପରିଡ଼ା । ରେଜିଷ୍ଟ୍ରେସନ ନମ୍ବର ଆଧାରରେ ପିଲାମାନେ ଇଣ୍ଟରନାଲ ଦେଇପାରିବେ । ମାତ୍ର ପ୍ରାକ୍ଟିକାଲ ପରୀକ୍ଷା ସହିତ ମୁଖ୍ୟ ପରୀକ୍ଷା ପାଇଁ ଆଡମିଟ କାର୍ଡ ଆବଶ୍ୟକ ହେବ । ପରବର୍ତ୍ତୀ ସମୟରେ ଆଡମିଟ କାର୍ଡ ଆସିଲେ ପ୍ରାକ୍ଟିକାଲ ପରୀକ୍ଷା ସହିତ ମୁଖ୍ୟ ପରୀକ୍ଷା ଦେଇପାରିବେ । ଏହାଦ୍ୱାରା ଡ୍ରପ ଆଉଟ କମିବାର ଲକ୍ଷ୍ୟ ରଖାଯାଇଛି । ପୂର୍ବ ନିର୍ଦ୍ଧାରିତ ସୂଚୀ ବଦଳରେ ଏବେ ଡିସେମ୍ବର ୧୯ ତାରିଖରେ ଆଡମିଟ କାର୍ଡ ଉପଲବ୍ଧ ହେବ ।ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ, ମାର୍ଚ୍ଚ ୧୧ ତାରିଖ ୨୦୨୬ (ବୁଧବାର)ରେ ହେବାକୁ ଥିବା ପରୀକ୍ଷାକୁ ଏବେ ମାର୍ଚ୍ଚ ୨୩, ୨୦୨୬ (ସୋମବାର)କୁ ଘୁଞ୍ଚାଇ ଦିଆଯାଇଛି । କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଓଡ଼ିଆ ଭାଷା ବ୍ୟତୀତ ଅନ୍ୟ ସମସ୍ତ ମାତୃଭାଷା ପେପର ଯଥା- ହିନ୍ଦୀ, ବଙ୍ଗଳା, ତେଲୁଗୁ, ଉର୍ଦ୍ଦୁ, ସଂସ୍କୃତ, ଏବଂ ଆଲଟରନେଟିଭ୍ ଇଂରାଜୀ ଆଦି ପରୀକ୍ଷାଗୁଡ଼ିକ ବର୍ତ୍ତମାନ ମାର୍ଚ୍ଚ ୨୩ରେ ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
