ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ! ‘ପୁଷ୍କରା’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ମନୋନୀତ

ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ‘ପୁଷ୍କରା’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ମନୋନୀତ ହୋଇଛି। ତରଙ୍ଗ ସିନେ ପ୍ରଡକସନ୍ସର ‘ପୁଷ୍କରା’ଶ୍ରେଷ୍ଠ ଓଡ଼ିଆ ଫିଲ୍ମ। ଶୁଭ୍ରାଂଶୁ ଦାଶଙ୍କ ନିର୍ଦ୍ଦେଶିତ ‘ପୁଷ୍କରା’ର ମୁଖ୍ୟ ଚରିତ୍ରରେ ଥିଲେ ସବ୍ୟସାଚୀ ମିଶ୍ର ଦି କେରଳ ଷ୍ଟୋରୀ ପାଇଁ ସୁଦୀପ୍ତୋ ସେନଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଆଓ୍ବାର୍ଡ ମିଳିଛି ମିଳିଥିବାବେଳେ ସାନ୍ୟା ମାଲହୋତ୍ରାଙ୍କ ‘କଟହଲ’କୁ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଛି। ସେହିପରି ଶାହରୁଖ ଖାନ୍ ଓ ବିକ୍ରାନ୍ତ ମେସି ଶ୍ରେଷ୍ଠ ଅଭିନେତା ଭାବେ ମନୋନୀତ ହୋଇଛନ୍ତି।’ପୁଷ୍କରା’ ଫିଲ୍ମର କଥାବସ୍ତୁ ପ୍ରଖ୍ୟାତ ନାଟ୍ୟକାର ଶଙ୍କର ତ୍ରିପାଠୀଙ୍କ ଉପନ୍ୟାସ ‘ନାଦବିନ୍ଦୁ’ ଉପରେ ଆଧାରିତ। ଏହାର କାହାଣୀ ମୃତ୍ୟୁ ପରେ ପୁଷ୍କର ଛଡ଼ାଇବା ପରମ୍ପରା ଉପରେ ପର୍ଯ୍ୟବେସିତ। ଏହି ଚଳଚ୍ଚିତ୍ରରେ ପୁରୀର ଜାଗାଘର, ସାହିଯାତ ଓ ଡଙ୍ଗା ଭସା ଭଳି ପରମ୍ପରା ଦେଖାଯାଇଛି ।୨୦୨୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କରା’ ବହୁ ପ୍ରଶଂସା ସାଉଁଟିଥିଲା ।

ଅଧିକ ପଢନ୍ତୁ

Odisha Darpan Digital