ଚତୁର୍ଦ୍ଧାମୂରତିଙ୍କ ଅଧରପଣା ନୀତି ସଂପନ୍ନ

ରଥ ଉପରେ ଠାକୁରଙ୍କ ଅଧରପଣା ନୀତି ସମ୍ପର୍ଣ୍ଣ ହୋଇଛି । ପାର୍ଶ୍ୱ ଦେବାଦେବୀ ଓ ଅନ୍ୟାନ୍ୟ ଚଣ୍ଡୀ ଚାମୁଣ୍ଡାଙ୍କୁ ଶାନ୍ତି କରିବା ପାଇଁ ଅଧରପଣା କରାଯାଇ ଅଧର ହାଣ୍ଡିକୁ ରଥ ଉପରେ ଭଙ୍ଗାଯାଇଛି ।ତେବେ ଆଜିର ଏହି ନୀତି ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେବାକୁ ଥିବାରୁ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁଙ୍କ ଆଗମନ ଦୃଷ୍ଟିରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ଘୋଷଯାତ୍ରାର ୧୨ ଦିନର ଏହି ଲୀଳାଖେଳ ଶେଷ ପରେ ଶ୍ରୀଜିଉମାନେ ମଙ୍ଗଳବାର ସନ୍ଧ୍ୟାରେ ନୀଳାଦ୍ରି ବିଜେ କରିବେ। ରଥାରୂଢ଼ ଚତୁର୍ଦ୍ଧା ବିଗ୍ରହ ରଥ ଉପରୁ ପୁଣି ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ରତ୍ନ ସିଂହାସନକୁ ବିଜେ କରିବେ। ବୁଧବାରଠୁ ଶ୍ରୀମନ୍ଦିରରେ ପୁଣି ମିଳିବ ନୀଳାଚଳ ଅବଢା ।

ଅଧିକ ପଢନ୍ତୁ

kc ads