ଚନ୍ଦ୍ରଭାଗା ସମୁଦ୍ରରେ ଶନିବାର ଏକ ଅଘଟଣ ଘଟିଛି। ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ତିନି ଜଣ ଯୁବକ କୋଣାର୍କ ବୁଲିବାକୁ ଆସି ଚନ୍ଦ୍ରଭାଗା ସମୁଦ୍ରରେ ଗାଧୋଇବା ବେଳେ ଭାସିଯାଇଥିଲେ । ୨ ଜଣଙ୍କୁ ଲାଇଫ ଗାର୍ଡ ଉଦ୍ଧାର କରିଥିବା ବେଳେ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ଜଣକ ପିପିଲି ଅଞ୍ଚଳର ଜୀବନଜ୍ୟୋତି ମହାନ୍ତି ହୋଇଥିବା ବେଳେ ଉଦ୍ଧାର ଦୁଇ ଯୁବକ ସୁକାନ୍ତ ଜେନା ଓ ସୁଧୀର ମଲ୍ଲିକ ବୋଲି ମେରାଇନ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।