ଚନ୍ଦ୍ର ପରିକ୍ରମା କରି ଫେରିଲେ ୪ ମହାକାଶଚାରୀ

ନାସାର ଆର୍ଟେମିସ-୨ ଚନ୍ଦ୍ର ମିଶନର ମହାକାଶଚାରୀମାନେ ଚନ୍ଦ୍ରରୁ ପ୍ରଶାନ୍ତ ମହାସାଗରକୁ ଫେରିଛନ୍ତି। ଓରିଅନ ମହାକାଶଯାନ ୧୦ ଦିନର ସଫଳ ମିଶନ ପରେ ପ୍ରଶାନ୍ତ ମହାସାଗରରେ ସୁରକ୍ଷିତ ଭାବରେ ଅବତରଣ କରିଛି।। ଆଜି ସକାଳ ପ୍ରାୟ ୫ଟା ୩୭ ମିନିଟରେ ମହାକାଶଚାରୀଙ୍କୁ ନେଇ ଆସିଥିବା କ୍ୟାପସୁଲ୍ ସମୁଦ୍ର ମଧ୍ୟରେ ସୁରକ୍ଷିତ ଭାବେ ଅବତରଣ କରିଛି ।ଓରିଅନ ମହାକାଶଯାନରେ ଥିବା କମାଣ୍ଡର ରିଡ ୱିଜମ୍ୟାନ, ପାଇଲଟ ଭିକ୍ଟର ଗ୍ଲୋଭର, ମିଶନ ବିଶେଷଜ୍ଞ କ୍ରିଷ୍ଟିନା କୋଚ (ନାସା) ଏବଂ ଜେରେମି ହାନସନ (କାନାଡିଆନ ସ୍ପେସ ଏଜେନ୍ସି) ପ୍ରାୟ ୧୦ ଦିନର ଏକ ଐତିହାସିକ ଯାତ୍ରା ସମାପ୍ତ କରିଛନ୍ତି।

ଏହି ସ୍ପ୍ଲାସଡାଉନ୍ ପରେ ସାରା ବିଶ୍ୱର ବୈଜ୍ଞାନିକ ମହଲରେ ଖୁସିର ଲହରୀ ଖେଳିଯାଇଛି । ଏହି ମିଶନ କେବଳ ଏକ ସାଧାରଣ ଯାତ୍ରା ନଥିଲା । ଏହି ୪ ଜଣିଆ ଟିମ୍ ମହାକାଶରେ ପ୍ରାୟ ୧୧.୧୭ ଲକ୍ଷ କିଲୋମିଟରର ଏକ ଦୀର୍ଘ ପଥ ଅତିକ୍ରମ କରିଛନ୍ତି। ଚନ୍ଦ୍ରର ନିକଟତର ହୋଇ ସେମାନେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛନ୍ତି । ଆର୍ଟେମିସ୍-୨, ୫୦ ବର୍ଷ ପରେ ପୁଣିଥରେ ମଣିଷକୁ ଚନ୍ଦ୍ର ପୃଷ୍ଠକୁ ପଠାଇବା ପାଇଁ ଏହା ନାସାର ଏକ ପ୍ରସ୍ତୁତି ପର୍ଯ୍ୟାୟ ଥିଲା । ଏହି ସଫଳତା ପରେ ଆଗାମୀ ଦିନରେ ଚନ୍ଦ୍ରରେ ମଣିଷ ପହଞ୍ଚିବା ପଥ ଅଧିକ ପ୍ରଶସ୍ତ ହୋଇଛି ।

ଅଧିକ ପଢନ୍ତୁ