ଓଡ଼ିଶାରେ ପ୍ରସ୍ତାବିତ ୪୦,୦୦୦ କୋଟି ଟଙ୍କାର ବୈଦୁତିକ ଯାନ(ଇଭି) ଏବଂ ବ୍ୟାଟେରୀ ପ୍ରକଳ୍ପକୁ ପ୍ରତ୍ୟାହାର କରୁନାହିଁ ବୋଲି କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର କହିଛନ୍ତି। ଓଡ଼ିଶାରୁ ଏହି ପ୍ରକଳ୍ପକୁ ମହାରାଷ୍ଟ୍ରକୁ ସ୍ଥାନାନ୍ତର କରିବାକୁ ଯୋଜନା କରୁଥିବା ଜାତୀୟ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇବା ପରେ କମ୍ପାନୀର ପକ୍ଷରୁ ଏହି ପ୍ରତିକ୍ରିୟା ମିଳିଛି।କର୍ପୋରେଟ୍ ଷ୍ଟ୍ରାଟେଜି କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ, ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ତଥା ପରିଚାଳନା ନିର୍ଦ୍ଦେଶକ ରଞ୍ଜନ ନାୟକ କହିଛନ୍ତି ଯେ ଆମେ ଏହି ପ୍ରକଳ୍ପ ଓଡିଶାରୁ ପ୍ରତ୍ୟାହାର କରୁନାହୁଁ। ତେବେ ଗତ ୭ ମାସ ତଳେ ପୂର୍ବ ସରକାର ସମୟରେ ହୋଇଥିଲା ଚୁକ୍ତି। ଏବେ ପ୍ଲାଣ୍ଟ ମହାରାଷ୍ଟ୍ରକୁ ଚାଲିଯିବା ଚର୍ଚ୍ଚା ଜୋର ଧରିଛି। ଗତ ଫେବ୍ରୁୟାରୀ ୧୦ରେ ରାଜ୍ୟ ସରକାରଙ୍କ ସହ ହୋଇଥିଲା ଚୁକ୍ତି । ତେବେ ଗଣମାଧ୍ୟମ ରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ପ୍ରତିକ୍ରିୟା ଦେଇ କହିଥିଲେ ଓଡିଶା ଛାଡିବା ସମ୍ପର୍କରେ ନିଷ୍ପତ୍ତି ହୋଇନି । ନିବେଶବମାନେ ସେମାନଙ୍କ ମୁତାବକ ନିବେଶ କରନ୍ତି । ବିଭିନ୍ନ କାରଣ ପାଇଁ ପ୍ରକଳ୍ପ କାମ ବିଳମ୍ବ ହୁଏ । ଜେଏସଡବ୍ଲୁ ଇଭି ଆରମ୍ଭରେ ମଧ୍ୟ ବିଳମ୍ବ ହୋଇଛି । ସ୍ଥାନାନ୍ତର ପାଇଁ ଫାଇନାଲ ହୋଇନି ।