ଚଳନ୍ତା ଟ୍ରେନରୁ ଅଗ୍ନି-ପ୍ରାଇମ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ଭାରତ

ଭାରତୀୟ ସେନାକୁ ଆଉ ଏକ ସଫଳତା। ଏଣିକି ଚଳନ୍ତା ଟ୍ରେନରୁ ଶତ୍ରୁ ଉପରେ କରିହେବ ଆକ୍ରମଣ।ଅଗ୍ନି-ପ୍ରାଇମ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ଭାରତ । ଏହି ପରୀକ୍ଷଣ ରେଳ-ଆଧାରିତ ମୋବାଇଲ୍ ଲଞ୍ଚର୍ ସିଷ୍ଟମରୁ କରାଯାଇଛି। ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ୪୦ ସମୟରେ ହୋଇଛି ଉତ୍ କ୍ଷେପଣ । ଏହି ସଫଳ ଉଡ଼ାଣ ପରୀକ୍ଷଣ ଭାରତକୁ ସେହି ବଛା ବଛା ରାଷ୍ଟ୍ରମାନଙ୍କ ମଧ୍ୟରେ ସ୍ଥାନିତ କରିଛି ଯେଉଁମାନେ ମୋବାଇଲ୍ ରେଳ ନେଟୱାର୍କରୁ ଏକ କ୍ୟାନିଷ୍ଟରାଇଜ୍ଡ୍ ଲଞ୍ଚ୍ ସିଷ୍ଟମ୍ ଭାବେ ବିକଶିତ ।” ମଧ୍ୟମ ଦୂରଗାମୀ ଅଗ୍ନି-ପ୍ରାଇମ୍ ମିସାଇଲର ସଫଳ ପରୀକ୍ଷଣ ପାଇଁ DRDO, ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ (SFC) ଏବଂ ସଶସ୍ତ୍ର ବାହିନୀକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।ସେନା ପାଇଁ ଏହି ନୂତନ ପ୍ରଯୁକ୍ତିର ସୁବିଧା ହେଉଛି ଯେ,ଏହି କ୍ଷେପଣାସ୍ତ୍ରକୁ ରେଳ ନେଟୱାର୍କ ମାଧ୍ୟମରେ ଦେଶର ଯେକୌଣସି ସ୍ଥାନକୁ ପରିବହନ କରାଯାଇପାରିବ ଓ ବହୁତ କମ ସମୟ ମଧ୍ୟରେ ନିକ୍ଷେପ କରାଯାଇପାରିବ। ଏହା ଶତ୍ରୁକୁ ଅଜଣା ରଖିପାରିବ ଏବଂ ଭାରତ ତୁରନ୍ତ ଜବାବ ଦେଇପାରିବ।

ଅଧିକ ପଢନ୍ତୁ

Odisha Darpan Digital