ଚଳନ୍ତା ଟ୍ରେନରେ ଚକା ତଳେ କଟି ଶିକ୍ଷକଙ୍କ ମୃତ୍ୟୁ

ଟିକିଏ ଅସାବଧାନତା ଯୋଗୁଁ ଚାଲିଗଲା ଜୀବନ । ଚଳନ୍ତା ଟ୍ରେନରେ ଚଢିବାକୁ ଚେଷ୍ଟା କରୁଥିବା ବେଳେ ଗୋଡ଼ ଖସିଯିବାରୁ ଜଣେ ଶିକ୍ଷକଙ୍କର ଟ୍ରେନ୍ ଚକା ତଳେ କଟି ମର୍ମନ୍ତୁଦ ମୃତ୍ୟୁ ଘଟିଛି ।ମୃତକ ହେଲେ ବରଗଡ଼ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ନୂଆପାଲିର ଏକ ବିଦ୍ୟାପୀଠରେ ଗୁରୁଜୀ ଭାବେ କାମ କରୁଥିବା ଛତିଶଗଡ଼ର ରାୟପୁରର ବି. ଶିବଶଙ୍କର (୬୫) ବୋଲି ଜଣାପଡ଼ିଛି।ସୂଚନା ପାଇ ଜିଆରପି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି। ସୂଚନା ଅନୁସାରେ, ଶିବଶଙ୍କର ଆଜି ସକାଳ ସାଢେ ୭ଟା ବେଳେ ଜ୍ଞାନେଶ୍ବରୀ ଏକ୍ସପ୍ରେସରେ ଚଢ଼ିବାକୁ ଯାଉଥିବା ବେଳେ ଟ୍ରେନଟି ଛାଡ଼ି ଦେଇଥିଲା। ଫଳରେ ଶିବଶଙ୍କରଙ୍କର ଗୋଡ଼ ଖସି ଯାଇଥିଲା ଓ ସେ ତଳକୁ ଗଳି ପଡ଼ିଥିଲେ।ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲେ ଏବଂ ଟ୍ରେନ୍ ଚକା ତଳେ କଟି ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ସମସ୍ତ ଦୃଶ୍ୟ ଷ୍ଟେସନର ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ଅଧିକ ପଢନ୍ତୁ