କୋଇଲା ବୋଝେଇ ଟ୍ରେନ୍ରେ ଲାଗିଲା ନିଆଁ । ପଲସାରୁ ଭୁବନେଶ୍ୱର ଯାଉଥିବା କୋଇଲା ବୋଝେଇ ଟ୍ରେନ୍ରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ବିଶାଖାପାଟଣାରୁ ଖଡ଼ଗପୁର ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନର ଗୋଟିଏ ବଗିରେ ନିଆଁ ଲାଗି ଧୂଆଁ ବାହାରିଥିଲା । ଚିଲିକା ଷ୍ଟେସନରୁ ଖବର ପାଇ ବାଲୁଗାଁ ୪ ନମ୍ବର ପ୍ଲାଟଫର୍ମରେ ଟ୍ରେନଟି ଅଟକି ଥିଲା । ବାଲୁଗାଁ ଅଗ୍ନିଶମ ବାହିନୀ ସହାୟତାରେ ନିଆଁ ଲିଭା ଯାଇଛି।ହେଲେ ହଠାତ୍ ଚଳନ୍ତା ଟ୍ରେନରେ ନିଆଁ ଲାଗିଯିବାର କାରଣ କେହି ଜାଣି ପାରିନଥିଲେ। ପରେ ସୂଚନା ମିଳିଲା କି ଅତ୍ୟଧିକ ଖରା ଯୋଗୁଁ ଟ୍ରେନରେ ନିଆଁ ଲାଗିଯାଇଛି।
