ଚଳନ୍ତା ଟ୍ରେନ୍‌ରୁ ଖସିପଡ଼ିଲେ ଯାତ୍ରୀ ; ୫ ମୃତ

ମୁମ୍ବାଇ ଥାଣେ ରେଲୱେ ଷ୍ଟେସନରେ ଅଘଟଣ । ଲକ୍ଷ୍ନୌ ଯାଉଥିବା ଟ୍ରେନ୍‌ରୁ ଖସିପଡ଼ିଲେ ଯାତ୍ରୀ । ଚଳନ୍ତା ଏକ୍ସପ୍ରେସ୍‌ରୁ ଖସି ୫ ଯାତ୍ରୀଙ୍କ ମୃତ୍ୟୁ , ଏକାଧିକ ଆହତ । ଏହି ଦୁର୍ଘଟଣା ପରେ ରେଲୱେ ଓ ଜିଆରପିର ଅଧିକାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମିଳିଥିବା ସୂଚନାନୁସାରେ ୧୦ ରୁ ୧୨ ଯାତ୍ରୀ ଟ୍ରେନ୍‌ରୁ ଖସି ପଡିଛନ୍ତି । ଟ୍ରେନ୍‌ରେ ଅତ୍ୟଧିକ ଭିଡ କାରଣରୁ ଏଭଳି ଅଘଟଣ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଉଦ୍ଧାରକାରୀ ଦଳ, ପୁଲିସ ସହ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି।

ଅଧିକ ପଢନ୍ତୁ

kc ads