ଚଳିତ କାର୍ଷିକ ମାସ ଶୁକ୍ଳପକ୍ଷ ଦ୍ବାଦଶୀ ତିଥି ବୁଧବାର, ରେବତୀ ନକ୍ଷତ୍ରେ, ମୀନଚନ୍ଦ୍ର

ଚଳିତ କାର୍ଷିକ ମାସ ଶୁକ୍ଳପକ୍ଷ ଦ୍ବାଦଶୀ ତିଥି ବୁଧବାର, ରେବତୀ ନକ୍ଷତ୍ରେ, ମୀନଚନ୍ଦ୍ର ବସାନେ ତା.୧୩.୧୧.୨୦୨୪ ରିଖ ଦିନ ରାୟଗଡା ନଗର ପି.ଏଚ୍.ଡି କୋଲନୀ ସ୍ଥିତ ରାଜାଧି ରାଜେଶ୍ବର ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମହାଦେବଙ୍କ ନବ ନିର୍ମିତ ମନ୍ଦିର ତଥା (ପ୍ରାସାଦ)ର ରତ୍ନ ମୂଦାଦୀ କର୍ମ ଚତୁର୍ଦିନ ବ୍ୟାପି କାର୍ଯ୍ୟସୂଚୀ ମୁତାବକ ସଂପନ୍ନ କରା‌ଯିବ ।
ମନ୍ଦିର କମିଟି ରାୟଗଡ଼ ସହର ସମସ୍ତ ଜନ ସାଧାରଣଙ୍କୁ ଉକ୍ତ ପବିତ୍ର କାର୍ଯ୍ୟରେ ଯୋଗ ଦେବା ସହ ଉପସ୍ଥିତ ରହିବା ପାଇଁ ନିମନ୍ତ୍ରଣ କରିଛନ୍ତି । ଏହି ପବିତ୍ର କାର୍ଯ୍ୟକ୍ରମରେ ଯୋଗଦାନ ପୂର୍ବକ ପ୍ରଭୁଙ୍କ ରତ୍ନକଳଶରେ ଧାନ୍ୟ, ରତ୍ନ, ଅଳଙ୍କାର ଓ ମୁଦ୍ରା ସ୍ଥାପନ ପୂର୍ବକ ପ୍ରଭୁଙ୍କ ଅପାର କରୁଣା ପ୍ରାପ୍ତି ହେବାର ସୌଭାଗ୍ୟ ଅର୍ଜନ କରନ୍ତୁ ବୋଲି ରାୟଗଡ଼ ସହର ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ତା. ୧୦.୧୧.୨୦୨୪ (ରବିବାର‌)ଦିବା ଘ. ୭.୩୦ ମି ଗତେ ଦୀକ୍ଷା ଗ୍ରହଣ, ମଙ୍ଗଳା ରୋପଣ, ଜଳଯାତ୍ରା ମଣ୍ଡଳ କରଣ । ଅପରାହ୍ନ- ଅଙ୍କୁରା ରୋପଣ ତା. ୧୧-୧୧.୨୦୨୪ (ସୋମ‌ବାର‌) ଦିବା ଘ. ୮.୪୦ ମି ଗତେ (ଶାଲା ସଂସ୍କାର ପୂର୍ବକ) ଭୂମାତା ପୂଜା, ଗୋସାବିତ୍ରୀ ପୂଜା, ସୂର୍ଯ୍ୟପୂଜା, ଶାଲା ପୂଜା, ମଣ୍ଡଳାଦି ଦେବତା ପୂଜା, ଗୌରାଗ୍ନି ଆନୟନ, କୁଣ୍ଡ ସଂସ୍କାର, ଶୌବାଗ୍ନି, ସ୍ଥାପନ ହୋମ । ତା. ୧୨-୧୧.୨୦୨୪ (ମଙ୍ଗଳବାର‌) ଦିବା ଘ. ୮.୫୦ ମି ଗତେ ସୂର୍ଯ୍ୟ ପୂଜା ଶାଲାଧୀଷ୍ଟ ଦେବତା ପୂଜା, ବନଯାଗ ବିଧାନ, ଇନ୍ଦ୍ର-ଇନ୍ଦ୍ରାଣୀ ନିର୍ମାଣ, କାରୁଶାଲା କର୍ମ, ଇନ୍ଦ୍ର ଇନ୍ଦ୍ରାଣୀଙ୍କ ସ୍ନାନ, ହୋମ, ପ୍ରାଣ ପ୍ରତିଷ୍ଠା ତା.୧୩.୧୧.୨୦୨୪ ରିଖ (ବୁଧବାର‌) ଦିବା ଘ. ୭.୪୦ ମି ଗତେ ସୂର୍ଯ୍ୟପୂଜା ଶାଲାଧିଷ୍ଟ ଦେବତା ପୂଜା, ଶିଖର କଳଶ ସଂସ୍କାର, ଦିବା ଘ. ୧୨.୪୫ ରୁ ଘ. ୧.୦୦ ମଧ୍ୟ ରତ୍ନମୁଦାଦି କର୍ମ, ଇନ୍ଦ୍ର ଇନ୍ଦ୍ରାଣୀ ସ୍ଥାପନ ହୋମ. ପୂର୍ଣାହୂତି (ଗୋଧୂଳୀ ସମୟ ୫.୩୦ ମି ରୁ ଘ. ୬.୦୦ ମଧ୍ୟ), ପୁଷ୍ପାଞ୍ଜଳି, ପ୍ରସାଦ ସେବନ । ଏହି ପବିତ୍ର ପାବନ ଅବସରରେ ବହୁ ସଂଖ୍ୟାରେ ଯୋଗ ଦାନ କରି ବାଲୁଙ୍କେଶ୍ୱର ଭଗବାନ କୃପା ଆଶୀର୍ବାଦ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି ମନ୍ଦୀର କମିଟି।

ଅଧିକ ପଢନ୍ତୁ

Odisha Darpan Digital