
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ତତ୍ତ୍ଵାବଧାନରେ ଦୁଇଦିନ ଧରି ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର କାର୍ଯ୍ୟକ୍ରମ ଗ୍ରାମୀଣ ଆଇନ ସଚେତନତା କର୍ମୀମାନଙ୍କୁ ନେଇ ପ୍ରଥମ ଦିନରେ ନୟାଗଡ଼,ଖଣ୍ଡପଡ଼ା, ଭାପୁର ବ୍ଲକ୍ର ସହର ବଜାର ଓ ପଂଚାୟତର ଅଧିକାଂଶ ଗ୍ରାମକୁ ଯାଇ ପ୍ରଚାରପତ୍ର ଏବଂ ଡାକବାଜି ଯନ୍ତ୍ର ମାଧ୍ୟମରେ ଆସନ୍ତା ୮ ତାରିଖ ଶନିବାର ଦିନ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେଉଛି ବୋଲି ପ୍ରଚାର
କରିଛନ୍ତି । ଜିଲ୍ଲାର ଅବଶିଷ୍ଟ ବ୍ଲକ୍କୁ ଆସନ୍ତା କାଲି ପ୍ରଚାରଗାଡ଼ି ଯିବ ବୋଲି ସଚିବ ମତପ୍ରକାଶ କରିଛନ୍ତି। ଗ୍ରାମୀଣ ଆଇନ୍ ସଚେତନତା କର୍ମୀମାନେ ଜନସାଧାରଣଙ୍କ ନିକଟକୁ ଯାଇ ଲୋକ ଅଦାଲତ କ’ଣ ସେ ସମ୍ପର୍କରେ ବୁଝାଇବାକୁ ଯାଇ କହିଛନ୍ତି କୋର୍ଟ କଚେରୀରେ ବିଚରାଧନ ହୋଇ ରହିଥିବା ମୋକଦ୍ଦମା ଗୁଡ଼ିକର ଆପୋଷ ବୁଝାମଣା ଭିତିରେ ଫଇସଲା କରିବାପାଇଁ ଗଠିତ ଅନୁଷ୍ଠାନ ହେଉଛି ଲୋକ ଅଦାଲତ। ଲୋକ ଅଦାଲତରେ ସାକ୍ଷ୍ୟ, ପ୍ରମାଣ ତଥା ପାରମ୍ପିକ ବିଚାର ପ୍ରକ୍ରିୟାର ଦରକାର ପଡ଼େନାହିଁ। ମଧ୍ୟସ୍ଥି ବା ମିଳାମିଶାକାରୀଙ୍କ ସହାୟତାରେ ଆପୋଷ ବୁଝାମଣା ଭିତିରେ ମୋକଦ୍ଦମାର ଫଇସଲା କରାଯାଏ। ବିବାଦୀୟ ପକ୍ଷ କୌଣସି ମୋକଦ୍ଦମାକୁ ଯିବା ପୂର୍ବରୁ ବିବାଦର ଆଶୁ ସମାଧାନ ପାଇଁ ମଧ୍ୟ ଏହି ଳୋକ ଅଦାଲତର ସହାୟତା ଲୋଡ଼ିପାରିବେ। ଏଠି ଉଲ୍ଲେଖ ଯୋଗ୍ୟ ଯେ ଯଦି ଲୋକଅଦାଲତ ମାଧ୍ୟମରେ କୌଣସି ମୋକଦ୍ଦମାର ଫଇସଲା ହୁଏ, ତେବେ ମୋକଦ୍ଦମାକାରୀ
କୋର୍ଟ ଫି (ମୋକଦ୍ଦମା ଖର୍ଚ୍ଚ) ବାବଦକୁ ପୈଠ କରିଥିବା ଟଙ୍କା ଫେରିପାଇବେ ଏବଂ ଲୋକ ଅଦାଲତଙ୍କ
ନିଷ୍ପତି/ ରାୟ ବିରୁଦ୍ଧରେ କୌଣସି ପକ୍ଷ ଆଉ ଅପିଲ କରିପାରିବେ ନାହିଁ । ତାଲୁକ ସ୍ତରର ଜିଲ୍ଲା ସ୍ତରରେ ରାଜ୍ୟ ସ୍ତରରେ ଏବଂ ହାଇକୋର୍ଟ ସ୍ତରରେ ଏହି ଲୋକଅଦାଲତର ଆୟୋଜନ କରାଯାଇ ହଜାର ହଜାର ମୋକଦ୍ଦମାର ଫଇସଲା କରାଯାଉଛି ବୋଲି କହିଛନ୍ତି। ଏହି ପ୍ରଚାର କାର୍ଯ୍ୟରେ ଗ୍ରାମୀଣ ଆଇନ ସଚେତନା କର୍ମୀ ପ୍ରଫୁଲ୍ଲ କୁମାର ବେହେରା, ଜିନୁ ସାହୁ, ବେବି ବେହେରା, ପ୍ରତୀମା ବେହେରା, ବର୍ଷାରାଣୀ ଚମ୍ପତି, ପୂଜା ନାୟକ, କୃପାସିନ୍ଧୁ ରାଉତ ଏବଂ ଜିଲ୍ଲା ଆଇନ ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା ପ୍ରମୁଖ ସାମିଲ ହୋଇଥିଲେ।