ଜାଳି ମାରିବ ମାର୍ଚ୍ଚ ତାତି । ମାର୍ଚ୍ଚ ଅଧା ନ ହେଉଣୁ ପାରଦ ୪୦ ଛୁଇଁଲାଣି । ଗତକାଲି ପାରଦ ୪୦ ପାର ହୋଇଥିବା ବେଳେ ଆଜି ମଧ୍ୟ ସମଗ୍ର ରାଜ୍ୟରେ ନିଆଁ ବର୍ଷୁଛି । ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୩୭.୪ ଡିଗ୍ରୀ ରହିଥିଲା । ସେହିଭଳି ଝାରସୁଗୁଡ଼ା ଓ ସମ୍ବଲପୁରରେ ୩୯.୮ ଡିଗ୍ରୀ ସେଲସିୟସ, ରାଉରକେଲା ୩୯ ଡିଗ୍ରୀ, ହୀରାକୁଦ ୩୮.୮, ଚାନ୍ଦବାଲି ୩୭.୪, କେନ୍ଦୁଝର ୩୬.୬ ଡିଗ୍ରୀ ସେଲସିୟସ ତାପମାତ୍ରା ପରିଲକ୍ଷିତ ହୋଇଛି ।ସେପଟେ ଆଜିଠୁ ୪ଦିନ ପାଇଁ ରାଜ୍ୟରେ ହିଟ୍ ଓ୍ବେଭ୍ ନେଇ ସତର୍କତା ଜାରି ହୋଇଛି । ରାଜ୍ୟରେ ବର୍ତ୍ତମାନ ଉପକୂଳରୁ ଉପାନ୍ତ, କେଉଁଠି ତାତିରୁ ତ୍ରାହି ନାହିଁ । ପ୍ରଚଣ୍ଡ ରୌଦ୍ର ତାପ ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ପଶ୍ଚିମ ଓଡିଶାରେ ମଧ୍ୟ ହିଟ୍ ଓ୍ବେଭକୁ ନେଇ ଆଲର୍ଟ ଜାରି କରାଯାଇଛି । ଏଥର ହୋଲି ବି ଟାଣ ଖରାରେ ପାଳିବେ ରାଜ୍ୟବାସୀ ।
