ଚଳିତ ବର୍ଷ ରଥର ଚାରମାଳର  ୨ ଫୁଟ ଲମ୍ବ ବୃଦ୍ଧି କରାଯିବ।

ଚଳିତ ବର୍ଷ ରଥର ଚାରମାଳର ଲମ୍ବା ବୃଦ୍ଧି କରାଯିବ କାରଣ ଗତବର୍ଷ ଆଡ଼ପ ପହଣ୍ଡି ସମୟର ତାଳଧ୍ଵଜ ରଥରୁ ପ୍ରଭୁ ବଳଭଦ୍ର ପଡ଼ିଯିବା ଘଟଣାରେ ଗଠିତ ୩ ଜଣିଆ ତଦନ୍ତ କମିଟିର ସୁପାରିଶ ଆଧାରରେ ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।ନିୟମ ଅନୁସାରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଚାରମାଳର ଲମ୍ବା ୨୫ ଫୁଟ ,ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଚାରମାଳର ଲମ୍ବା ୨୪ ଫୁଟ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଚାରମାଳର ଲମ୍ବା ୨୩ ଫୁଟ ରହିଥାଏ ।

ଏ ବର୍ଷ ଏହାକୁ ଆଉ ୨ ଫୁଟ ବୃଦ୍ଧି କରି ସ୍ଲୋପ କରିବା ପାଇଁ ଚିନ୍ତା କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ଇଞ୍ଜିନିୟରିଂ ଟିମ ଓ ପୂର୍ତ୍ତ ବିଭାଗ ଅଧିକାରୀଙ୍କ ବୈଷୟିକ ପରାମର୍ଶ ଅନୁଯାୟୀ ଏହି କାର୍ଯ୍ୟ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

ଅଧିକ ପଢନ୍ତୁ

kc ads